ନଭେମ୍ବରରେ ରିଲିଜ ହେବ ‘ଆର୍ଯ୍ୟା ୩’

ମୁମ୍ବାଇ: ବଲିଉଡର ଜଣେ ଟ୍ୟାଲେଣ୍ଟେଡ ଆକ୍ଟ୍ରେସ ହୋଉଛନ୍ତି ସୁସ୍ମିତା ସେନ। ଫିଲ୍ମ ସହିତ ସୁସ୍ମିତା ମଧ୍ୟ ଓଟିଟିରେ ଧମାଲ ସୃଷ୍ଟି କରିଛନ୍ତି। ଅଭିନେତ୍ରୀଙ୍କ ଆର୍ଯ୍ୟା ଧାରାବାହିକ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା। ‘ଆର୍ଯ୍ୟା’ର ତୃତୀୟ ସିଜନରେ ଖୁବ ଶୀଘ୍ର ସୁସ୍ମିତାଙ୍କୁ ଦେଖିବାକୁ ମିଳିବ। ଚଳିତ ବର୍ଷ ପ୍ରାରମ୍ଭରେ ହୃଦଘାତରେ ପୀଡିତ ହୋଇଥିଲେ ମଧ୍ୟ ଅଭିନେତ୍ରୀ ଏହି ବହୁ ପ୍ରତୀକ୍ଷିତ ଧାରାବାହିକ ପାଇଁ ସୁଟିଂ କରିଥିଲେ। ‘ଆର୍ଯ୍ୟା ୩’କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ପ୍ରଶଂସକମାନଙ୍କୁ ଉପହାର ଦେବାବେଳେ ସୁସ୍ମିତା ଏହି ସିରିଜର ରିଲିଜ ଡେଟ ଘୋଷଣା କରିଛନ୍ତି।
ଶୁକ୍ରବାର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସୁସ୍ମିତା ସେନ ଏକ କ୍ଷୁଦ୍ର ଆନିମେଟେଡ ପ୍ରୋମୋ ସେୟାର କରିଛନ୍ତି। ଏହି ପ୍ରୋମୋ ହଳଦିଆ କାନ୍ଥରେ ଦୃଶ୍ୟମାନ ହେଉଥିବା ମାର୍କ ଚିହ୍ନରୁ ଆରମ୍ଭ ହୁଏ। କାନ୍ଥରେ ଥିବା ମାର୍କ ଗର୍ତ୍ତରୁ, କ୍ୟାମେରା ଆପଣଙ୍କୁ ଅନ୍ୟ ଏକ ମେରୁନ ସ୍କ୍ରିନକୁ ନେଇଯାଏ, ଯେଉଁଥିରେ ନଭେମ୍ବର ୩ ତାରିଖ ସ୍ପଷ୍ଟ ଦେଖାଯାଏ। ଏହା ସହିତ ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଶେରନୀ ଫେରିବାର ସମୟ ଆସିଛି।

ସୂଚନାଯୋଗ୍ୟ, ସୁସ୍ମିତା ସେନ ସୋସିଆଲ ମିଡିଆରେ ‘ଆର୍ଯ୍ୟ’ର ତୃତୀୟ ସିଜନ ଘୋଷଣା କରିଥିଲେ। ନିକଟରେ ତାଙ୍କ ଏମି-ମନୋନୀତ ଥ୍ରୀଲର ସିରିଜର ନୂଆ ସିଜିନର ସୁଟିଂ ଶେଷ ହୋଇଛି। ସୁସ୍ମିତା ସେନ ଇଣ୍ଡିଆ ଟୁଡେକୁ ‘ଆର୍ଯ୍ୟ ସିଜନ ୩’ ବିଷୟରେ କହିଥିଲେ, ଆର୍ଯ୍ୟ ସରିଜ ପାଇଁ ଏହା ଏକ ନୂଆ ଦିନ, ଏବଂ ସେ ଏଥିପାଇଁ ପ୍ରସ୍ତୁତ। ସିଜନ ୩ରେ, ସେ ଅତୀତକୁ ମୁକ୍ତ କରି ନିଜ କାହାଣୀ ଲେଖୁଛନ୍ତି। ଆର୍ଯ୍ୟାଙ୍କୁ ବଦଳାଇବା ଏକ ନୂତନ ଦୁଃସାହସିକ କାର୍ଯ୍ୟ ପାଇଁ ପୁରୁଣା ଜିନ୍ସ ପିନ୍ଧିବା ପରି।
ରାମ ମାଧବାନୀ ଏବଂ ସନ୍ଦୀପ ମୋଦିଙ୍କ ଦ୍ୱାରା ନିର୍ଦ୍ଦେଶିତ ଆର୍ଯ୍ୟା ହେଉଛି ଲୋକପ୍ରିୟ ଡଚ କ୍ରାଇମ-ଡ୍ରାମା ପେନୋଜର ଅଫିସିଆଲ ରିମେକ, ଯାହା ଜଣେ ମଧ୍ୟବୟସ୍କ ମହିଳାଙ୍କୁ ଘେରିଥାଏ ଏବଂ ତାଙ୍କ ପରିବାରକୁ ସମସ୍ତ ଅସୁବିଧାରୁ ରକ୍ଷା କରିବା ପାଇଁ ସଂଗ୍ରାମ କରିଥିଲା। ଏହି ସିରିଜ ଡିଜନି ପ୍ଲସ ହଟଷ୍ଟାରରେ ପ୍ରିମିୟର୍‌ ହେବ।

Share