ହାର୍ଟ ସର୍ଜରୀ ପରେ ଫେରିଲେ ସୁ୍‌ସ୍ମିତା

ମୁମ୍ବାଇ; ବଲଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ହାର୍ଟ ସର୍ଜରୀ ପରେ ସେ ଏବେ ପୁଣି ଫେରିଛନ୍ତି । ଏବେ ସୁସ୍ମିତା ତାଙ୍କର ହିଟ ୱେବ ସିରିଜ ‘ଆର୍ଯ୍ୟା’ର ଅପକମିଂ ସିଜନ ଓ ଫିଲ୍ମ ‘ତାଳି’ର ଶୁଟିଂରେ ବିଜି ଅଛନ୍ତି । ‘ତାଳି’ ଟ୍ରାନ୍ସ ଓିମେନ ଗୌରି ସାୱନ୍ତଙ୍କ ବାୟୋପିକ ଆଉ ଏଥିରେ ସୁସ୍ମିତା ସେନ ଲିଡ ରୋଲରେ ନଜର ଆସିବେ । ଗୁରୁବାର ବିଳମ୍ବିତ ରାତିରେ ଏହି ପ୍ରୋଜେକ୍ଟର ଡବିଂ ଷ୍ଟୁଡିଓରେ ସୁସ୍ମିତା ସ୍ପଟ କରାଯାଇଥିଲା ।
ସୂଚନାଯୋଗ୍ୟ, ନିକଟରେ ସୁସ୍ମିତାଙ୍କର ହାର୍ଟ ଆର୍ଟାକ ହୋଇଥିବା ବେଳେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଓ ତାଙ୍କର ଷ୍ଟେଂଟ ବି ଲାଗିଥିଲା । ଠିକ୍ ହେବା ପରେ ଅଭନେତ୍ରୀ ଚଳିତ ମାସ ଆରମ୍ଭରେ ଏକ ଫ୍ୟାଶନ ୱିକରେ ର‌୍ୟାମ୍ପ ୱାକ ବି କରିଥିଲେ । ସେତେବେଳେ ସୁସ୍ମିତା ଏକ ୟେଲୋ କଲର ଲେହେଙ୍ଗାରେ ଖୁବ ସୁନ୍ଦର ଲାଗୁଥିଲେ । ମାର୍ଚ୍ଚ ୨ରେ ସୁସ୍ମିତା ତାଙ୍କ ଇନଷ୍ଟାଗ୍ରାମ ମାଧ୍ୟମରେ ଜଣାଇଥିଲେ କି ତାଙ୍କୁ ହାର୍ଟ ଆର୍ଟକ୍ ଆସିଥିଲା ଓ ତାଙ୍କର ଆନଜିଓପ୍ଲାଷ୍ଟି ହୋଇଛି ।

Share