୧୫ ବର୍ଷ ସାନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ୍‌ କଲେ ଏହି ଅଭିନେତ୍ରୀ ! ଇନ୍‌ଷ୍ଟା ପୋଷ୍ଟକୁ ନେଇ…

ବମ୍ବେ: ଦୀର୍ଘ ବର୍ଷ ଧରି ଡେଟ୍‌ କରିବା ପରେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ସୁନ୍ଦରୀ ସୁସ୍ମିତା ସେନ। ଏଭଳି କିଛି ଚର୍ଚ୍ଚା ଏବେ ଜୋର ଧରିବାରେ ଲାଗିଛି। କାରଣଟି ହେଲା ସୁସ୍ମିତାଙ୍କ ଏକ ପୋଷ୍ଟ। ଜୀବନରେ କୌଣସି ଦୁଃଖରୁ ମୁକୁଳିବା ପାଇଁ ସାଥୀଟିଏ ଖୋଜାପଡେ। ହେଲେ ସେ ମଧ୍ୟ ଆମକୁ କଷ୍ଟ ଏବଂ କେବେ ନ ଭରିବାର କ୍ଷତ ଦେଇଥାନ୍ତି। ହେଲେ ଏଥିପ୍ରତି ନିଜେ ସଚେତନ ରହିବା ଉଚିତ। ଏହା ଅଭିଜ୍ଞତାରୁ କହୁଛି। ଯଦି ଏଥିପ୍ରତି ଜଣେ ସତର୍କ ରୁହେ ତେବେ ଏହି ଦୁଃଖର ଜାଲରେ ଫସି ନ ଥାଏ ବୋଲି ଇନ୍‌ଷ୍ଟାଗ୍ରାମରେ ଏକ ଲମ୍ବା ଚଉଡ଼ା ପୋଷ୍ଟ ଲେଖି ଅଭିନେତ୍ରୀ କହିଛନ୍ତି। ଏବେ ଏହି ପୋଷ୍ଟଟି କେଉଁ ଉଦ୍ଦେଶ୍ୟରେ ଲେଖାଯାଇଛି ତାହା ଜଣାପଡ଼ି ନ ଥିଲେ ହେଁ ପ୍ରେମିକ ରୋହମନଙ୍କ ସହ ତାଙ୍କ ସମ୍ପର୍କକୁ ଇଙ୍ଗିତ କରୁଥିବା କୁହାଯାଉଛି।

ରୋହମନଙ୍କଠାରୁ ସୁସ୍ମିତା ୧୫ ବର୍ଷ ବଡ଼। ଏହାଜାଣିପାରି ପ୍ରେମିକ ସୁସ୍ମିତାଙ୍କୁ ବୟସ ବିଷୟରେ ଲୁଚାଇ ଆସୁଥିଲେ। କାରଣ ସେମାନଙ୍କର ସମ୍ପର୍କ ବଡ଼ସାନର ତଫାତ ଭିତରେ ହଜିଯାଉ ରୋହମନ ଚାହୁଁ ନ ଥିଲେ। ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଜାଣିବା ପରେ ଧୀରେ ଧୀରେ ସମ୍ପର୍କ ଆଗକୁ ବଢ଼ିଥିଲା। ଉଭୟଙ୍କର ଅନେକ ରୋମାଣ୍ଟିକ୍‌ ଫଟୋ ଏବେ ବି ଇନ୍‌ଷ୍ଟାଗ୍ରାମରେ ଦେଖିବାକୁ ମିଳେ। ସୁସ୍ମିତାଙ୍କ ପାଳିତା କନ୍ୟାମାନଙ୍କ ସହ ରୋହମନଙ୍କ ସମ୍ପର୍କ ବେଶ୍‌ ଭଲ ବୋଲି ଜଣାପଡେ। ମାତ୍ର କିଛି ଦିନ ଧରି ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ନେଇ ଖବର ଶୁଣିବାକୁ ମିଳୁଛି। ଏସବୁ ଭିତରେ ସୁସ୍ମିତାଙ୍କ ପୋଷ୍ଟ ଉଭୟଙ୍କ ବ୍ରେକ୍‌ଅପ୍‌ ଉପରେ ମୋହର ଲଗାଉଥିବା କୁହାଯାଉଛି।

Share