ଲଳିତ ମୋଦିଙ୍କ ସହ ସମ୍ପର୍କକୁ ନେଇ ନିରବତା ଭାଙ୍ଗିଲେ ସୁସ୍ମିତା

ବମ୍ବେ: ଫିଲ୍ମ ‘ତାଲି’କୁ ନେଇ ଚର୍ଚ୍ଚାରେ ଅଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ। ଟ୍ରାନ୍ସଜେଣ୍ଡର ଆକ୍ଟିଭିଷ୍ଟ ଗୌରୀ ସାଓ୍ବନ୍ତଙ୍କ ଉପରେ ନିର୍ମିତ ଏହି ବାୟୋପିକରେ ନଜର ଆସିବେ ସେ। ଅଭିନେତ୍ରୀ ଭାବେ ଏଭଳି ଚରିତ୍ର କରିବା ସୁସ୍ମିତାଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା। ଏବେ ସେ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି।

ଫିଲ୍ମ ପ୍ରମୋଶନ ବେଳେ ସୁସ୍ମିତା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ହୋଇଥିବା ଚର୍ଚ୍ଚା ନେଇ ମୁହଁ ଖୋଲିଛନ୍ତି। ଗତ ବର୍ଷ ତାଙ୍କ ନାମ ଲଳିତ ମୋଦିଙ୍କ ସହ ଯୋଡ଼ା ଯାଇଥିଲା। ଅନେକେ ତାଙ୍କୁ ଟ୍ରୋଲ କରିବା ସହ ଗୋଲ୍ଡ ଡିଗର ବୋଲି କହିଥିଲେ। ଏବେ ସେ ତାର ଜବାବ ଦେଇଛନ୍ତି।

ସୁସ୍ମିତା କହିଛନ୍ତି, ଏହା ଭଲ କଥା। ଏଭଳି କମେଣ୍ଟ କରିବା ପରେ ଗୋଲ୍ଡ ଡିଗର କ’ଣ ତାହା ଜାଣିବାକୁ ମିଳିଲା। ଅପମାନ ସେତେବେଳ ଯାଏ ଅପମାନ ଲାଗେନାହିଁ, ଯେତେବେଳ ଯାଏ ଜଣେ ତାକୁ ସ୍ବିକାର ନ କରେ। ମୁଁ ଏସବୁ ସ୍ବିକାର କରିନାହିଁ। ମୁଁ ସିଙ୍ଗଲ। ଏଥିରେ କାହାର ବା ଯାଏ ଆସେ କ’ଣ। ବ୍ୟକ୍ତିଗତ ଜୀବନରେ ମୁଁ କ’ଣ କରେ ସେଥିରେ ବି କାହାର କିଛି ନାହିଁ ବୋଲି ସେ ରୋକଠୋକ କହିଛନ୍ତି।

ତେବେ ସୁସ୍ମିତାଙ୍କ ଫିଲ୍ମ ଅଗଷ୍ଟ ୧୫ରେ ରିଲିଜ ହେବ। ଏହାଛଡ଼ା ସେ ଆର଼୍ୟା ୩ରେ ମଧ୍ୟ ନଜର ଆସିବେ।

Share