ସ୍ତ୍ରୀ ଚାରୁଙ୍କୁ ଡ୍ରାମାକୁଇନ୍‌ କହିଲେ ସୁସ୍ମିତାଙ୍କ ଭାଇ; ଛାଡପତ୍ର ନେଇ ଘୋଷଣା କରି ପୁଣି ଚମକାଇଲେ…

ବମ୍ବେ: କେବେ ଛାଡ଼ପତ୍ର ନେଇ ଘୋଷଣା ତ କେବେ ଏକାଠି ହେବା। ବିବାହ କରିବା ଦିନଠାରୁ ସନ୍ତାନ ଜନ୍ମ ପର୍ଯ୍ୟନ୍ତ, ନିଜ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହି ଆସୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ଏବଂ ଭାଉଜ। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ କନ୍‌ଫ୍ୟୁଜନ୍‌ ଦେଖି ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି।

ପୂର୍ବରୁ ଅନେକ ଥର ରାଜୀବ ଏବଂ ଚାରୁ ପରସ୍ପରଠାରୁ ଅଲଗା ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ହେଲେ ପୁଣିଥରେ ଏକାଠି ହୋଇଛନ୍ତି। ଏବେ ପୁଣିଥରେ ଚାରୁ ରାଜୀବଙ୍କଠାରୁ ଛାଡ଼ପତ୍ର ନେଉଥିବା ଘୋଷଣା କରିଛନ୍ତି। ଏହାଛଡ଼ା ସେ ରାଜୀବଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି, ଯାହାକୁ ନେଇ ଏବେ ରାଜୀବ ମୁହଁ ଖୋଲିଛନ୍ତି।

ଚାରୁ ଅଭିଯୋଗ କରିଛନ୍ତି, ରାଜୀବ ତାଙ୍କୁ ମାର୍‌ପିଟ କରୁଥିଲେ, ଗାଳି ଦେଉଥିଲେ ଏବଂ ତାଙ୍କ ଉପରେ ସନ୍ଦେହ କରୁଥିଲେ। ଏଥିଲାଗି ତାଙ୍କୁ ଦ୍ୱିତୀୟ ସୁଯୋଗ ଦେଇଥିବାରୁ ସେ ପଶ୍ଚାଚାପ କରୁଛନ୍ତି। ଅପରପକ୍ଷେ ରାଜୀବ ଏସବୁ ଅଭିଯୋଗକୁ ନେଇ କହିଛନ୍ତି,ଏସବୁ ଲାଗି ତାଙ୍କୁ ମୁଁ ଡ୍ରାମା କୁଇନ୍‌ କୁହେ। ପ୍ରଥମ କଥା ହେଲା ଯଦି ତାଙ୍କୁ ଛାଡପତ୍ର ଦରକାର ତେବେ ସେ ମୋ ପରିବାର ଏବଂ ମୋ’ ସହ କଥା ହୋଇପାରିବେ। ହେଲେ ଏହି ଜିନିଷ ଲାଗି ମିଡିଆ ସମ୍ମୁଖକୁ ଯିବା କ’ଣ ଆବଶ୍ୟକ। ତାଙ୍କର ମୁଣ୍ଡ ଠିକ୍‌ ନାହିଁ।

ସେହିିଭଳି ମାସ ମାସ ଧରି ସେ ମୋ’ ଉପରେ ମିଛ ଅଭିଯୋଗ ଆଣୁଛନ୍ତି। ମୁଁ ତାଙ୍କୁ ମାସ ମାସ ଛାଡ଼ି ଗାଏବ ହୋଇଯାଉଥିଲି ବୋଲି ସେ କହୁଛନ୍ତି।ଗାଳି ଦେଉଥିଲି। ମାର୍‌ପିଟ୍‌ କରୁଥିଲି। ହେଲେ ତାହା ଠିକ୍‌ ନୁହେଁ। ମିଡିଆ ସମ୍ମୁଖରେ କେବଳ ଜବାବ ରଖି ଆସିଛି। ଏବେ ମୁଁ ନିଜ ଝିଅ କଥା ଭାବି ଚିନ୍ତାରେ ରହିଛି। କାରଣ ସେ ତାଙ୍କ ସହ ରହିଛି। ଏବେ ଝିଅଙ୍କୁ ଆଣିବାକୁ ସବୁକିଛି ସାଧନକୁ ଏକକରି ଦେବି ବୋଲି ରାଜୀବ କହିଛନ୍ତି।

କହିରଖୁଛୁ, ରାଜୀବ-ଚାରୁ ୨୦୧୯ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ହିଁ ଉଭୟଙ୍କ ମଧ୍ୟରେ ତିକ୍ତତା ଆସିଯାଇଥିଲା। ଅନେକ ଥର ସେମାନେ ଅଲଗା ହୋଇ ପୁଣି ଏକାଠି ହୋଇଥିଲେ। ହେଲେ ଏବେ ପୁଣିଥରେ ଚାରୁ ରାଜୀବଙ୍କଠାରୁ ଛାଡ଼ପତ୍ର ନେବେ ବୋଲି କହିଛନ୍ତି।

Share