ଗୋଲଡେନ୍ ଗର୍ଲ ସୁସ୍ମିତା

ମୁମ୍ବାଇ: ପୂର୍ବତନ ମିସ୍ ୟୁନିଭର୍ସ ତଥା ଅଭିନେତ୍ରୀ ସୁସ୍ମିତା ସେନ ଏବେ ଫିଲ୍ମରେ ନଜର ଆସୁ ନାହାନ୍ତି ସତ । ହେଲେ ସେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଅଛନ୍ତି । କିଛିଦିନ ତଳେ ସୁସ୍ମିତା ତାଙ୍କ ବୟଫ୍ରେଣ୍ଡଙ୍କଠାରୁ ଅଲଗା ହୋଇଯାଇଥିବା ବେଳେ ଏବେ ସମୟ ମିଳୁଥିବାରୁ ସେ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟଭ ରହୁଛନ୍ତିି । ଭିନ୍ନ ଭିନ୍ନ ସମୟରେ ସେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ପାଇଁ ଫଟୋ ଶେୟର କରୁଥିବା ବେଳେ ନିକଟରେ କିଛି ଫଟୋ ଶେୟାର କରି ଆସିଛନ୍ତି ଚର୍ଚ୍ଚାକୁ । ଏହା ତାଙ୍କର ଲାଟେଷ୍ଟ ଫଟୋ ଶୁଟ ହୋଇଥିବା ବେଳେ ଏଥିରେ ତାଙ୍କର ବୋଲ୍ଡ ଓ ଗ୍ଲାମରସ ଅବତାର ନଜର ଆସିଛି । ଫଟୋରେ ସୁସ୍ମିତା ହାଇ ଥାଇ ଡ୍ରେସରେ ନଜର ଆସିଛନ୍ତି ।
ଫଟୋ ଶେୟାର କରି କ୍ୟାପଶନରେ ସୁସ୍ମିତା ଲେଖିଛନ୍ତି, ଏ ଫୋକସ୍‌ଡ ଓମ୍ୟାନ ଇନ୍ ଡିଫ୍ୟୁଜ୍‌ଡ ପିକଚର୍ସ’ । ଏହି ଫଟୋରେ ସୁସ୍ମିତା ଗୋଲଡେନ କଲର ଥାଇ ହାଇ ସ୍ଲିଟ ଡ୍ରେସରେ ଗୋଲଡେନ ମେକଅପ ଓ ଓପନ ସପ୍ଟ କର୍ଲି ହେୟାରରେ ନଜର ଆସିଛନ୍ତି । ସୁସ୍ମିତାଙ୍କର ଏହି ଫଟୋକୁ ତାଙ୍କ ପ୍ରଶଂସକ ତଥା ସେଲିବ୍ରିଟିମାନେ ବି ଖୁବ୍ ପସନ୍ଦ କରୁଛନ୍ତି । ଏହାସହ ଫଟୋରେ କମେଣ୍ଟ କରି ସୁସ୍ମିତାଙ୍କ ତାରିଫ ବି କରୁଛନ୍ତି । ଏହି ଫଟୋରେ ସୁସ୍ମିତାଙ୍କ କନଫିଡେନ୍ସ ଓ ଆଟିଟ୍ୟୁଡ ନଜର ଆସିଛି ।

Share