ପୂର୍ବ ପ୍ରେମିକଙ୍କ ସହ ପାର୍ଟି; ହେଲେ ଲଳିତ ମୋଦିଙ୍କୁ ନେଇ କହୁନାହାନ୍ତି କିଛି…

ବମ୍ବେ: ପୂର୍ବ ପ୍ରେମିକଙ୍କ ସହ ମା’ଙ୍କ ଜନ୍ମଦିନ ପାଳି ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ। ସୋମବାର ଅଭିନେତ୍ରୀଙ୍କ ମା’ ସୁଭ୍ରା ସେନ୍‌ଙ୍କ ୭୧ତମ ଜନ୍ମଦିନ ଥିଲା। ଏହି ଅବସରରେ ପରିବାର ସଦସ୍ୟ ଏବଂ ବନ୍ଧୁମାନଙ୍କୁ ନେଇ ଏକ ପାର୍ଟି ରଖାଯାଇଥିଲା। ସୁସ୍ମିତା ଏହାର ଏକ ଲାଇଭ୍‌ ଭିଡିଓ ଶେୟାର କରିଥିଲେ। ଉକ୍ତ ଭିଡିଓରେ ନଜର ଆସିଥିଲେ ରୋହମନ ଶଲ। ବ୍ରେକ୍‌ଅପ୍‌ ସତ୍ତ୍ୱେ ତାଙ୍କୁ ସୁସ୍ମିତାଙ୍କ ପାର୍ଟିରେ ଦେଖି ଅନେକ ଚକିତ ହୋଇଛନ୍ତି। ଏପରିକି ଲଳିତ ମୋଦିଙ୍କୁ ନିମନ୍ତ୍ରଣ କରାଯାଇଛି କି ନାହିଁ ବୋଲି ଅନେକ ପ୍ରଶ୍ନ କରୁଥିବା ଦେଖାଯାଇଛି।

 

Share