୧୦ ବର୍ଷ ଧରି ଦୂରେଇ ଯାଇଥିଲି

ବମ୍ବେ: ବଲିଉଡ୍‌ର ସୁପରହିଟ୍‌ ନାୟିକା ତାଲିକାରେ ନାଁ ଥିଲେ ହେଁ ବଡ଼ ପରଦାରୁ ଦୂରେଇ ଯାଇଥିଲେ ସୁନ୍ଦରୀ ସୁସ୍ମିତା ସେନ୍‌। ଏବେ କିନ୍ତୁ ସେ ଓଟିଟି ପ୍ଲାଟଫର୍ମରେ ନିଜର ଦମ୍‌ ଦେଖାଉଛନ୍ତି। ଓ୍ବେବ୍‌ ସିରିଜ୍‌ ‘ଆର଼୍ୟା’ର ସଫଳତା ପରେ ଏବେ ଏହାର ଦ୍ୱିତୀୟ ଭାଗ ରିଲିଜ ହୋଇଛି। ଉଭୟ ଭାଗକୁ ଦର୍ଶକଙ୍କ ତରଫରୁ ଭରପୂର ଭଲପାଇବା ମିଳିଛି। ଏସବୁ ଭିତରେ ଏବେ ଦୀର୍ଘଦିନର ବ୍ୟବଧାନ ନେଇ ମୁହଁ ଖୋଲିଛନ୍ତି ସୁସ୍ମିତା।

ଫିଲ୍ମରେ ଯେଉଁ ଭୂମିକା ଚାହୁଁଥିଲେ ତାହା ମିଳୁ ନ ଥିଲା। ବୟସ ବଢ଼ିବା ପରେ ଧିରେ ଧିରେ ପିଲାଙ୍କ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ। ଏଥିଲାଗି ଦୀର୍ଘ ୧୦ ବର୍ଷ ଧରି ସେ ବଲିଉଡ୍‌ରେ ନଜର ଆସି ନ ଥିଲେ ବୋଲି କହିଛନ୍ତି ସୁସ୍ମିତା।

୧୯୯୪ରେ ସୁସ୍ମିତା ମିସ୍‌ ଇଣ୍ଡିଆ ଏବଂ ମିସ୍‌ ୟୁନିଭର୍ସ ମୁକୁଟ ପିନ୍ଧିଥିଲେ। ସେତେବେଳକୁ ମାତ୍ର ୧୮ ବର୍ଷ ହୋଇଥିଲା ତାଙ୍କୁ। ଏହାପରେ ବଲିଉଡ୍‌ ଫିଲ୍ମର ଅନେକ ଅଫର ତାଙ୍କୁ ମିଳି ଥିଲା। ୧୯୯୭ ଫିଲ୍ମ ‘ଦସ୍ତକ’ ଜରିଆରେ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ସେ। ହେଲେ ଫିଲ୍ମ ସଫଳ ହୋଇ ନ ଥିଲା। ପରେ ୧୯୯୯ରେ ଆସିଥିବା ଫିଲ୍ମ ‘ବିବି ନମ୍ବର ଓ୍ବାନ’ ତାଙ୍କୁ ପରିଚିତି ଦେଇଥିଲା। ଏହା ହିଟ୍‌ ହୋଇଥିଲା। ଶେଷ ଥର ପାଇଁ ତାଙ୍କୁ ୨୦୧୦ରେ ଆସିଥିବା ଫିଲ୍ମ ‘ଦୁଲ୍ହା ମିଲ୍‌ ଗୟା’ରେ ଦେଖାଯାଇଥିଲା।

Share