ଏକ୍ସ ବୟଫ୍ରେଣ୍ଡ୍‌ଙ୍କ ସହ ଡେଟ୍‌ କରୁଛନ୍ତି ସୁସ୍ମିତା

ମୁମ୍ବାଇ,୧୧।୫: ଯଦି ଆମେ ହିନ୍ଦୀ ସିନେମାର ଦମ୍‌ଦାର ଅଭିନେତ୍ରୀଙ୍କ ବିଷୟରେ କହିବା ତେବେ ସୁସ୍ମିତା ସେନଙ୍କ ନାମ ନିଶ୍ଚିତ ଭାବରେ ଏଥିରେ ଅନ୍ତର୍ଭୂକ୍ତ ହେବ। ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ବ୍ୟତୀତ ସୁସ୍ମିତା ସେନ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି। ନିକଟରେ ଏକ ପୁରସ୍କାର ଶୋଭାଯାତ୍ରାରେ ସୁସ୍ମିତା ତାଙ୍କ ପୂର୍ବତନ ପ୍ରେମିକା ରୋହମାନ ଶାଓଲଙ୍କ ସହ ନଜର ଆସିଥିଲେ। ଏହା ପରେ ବର୍ତ୍ତମାନ ସୁସ୍ମିତା ରୋହମାନଙ୍କ ସହ ଏକ ନୂତନ ପଟୋ ଶେୟାର କରିଛନ୍ତି। ଏଭଳି ପରିସ୍ଥିତିରେ ରୋହମାନ ଏବଂ ସୁସ୍ମିତା ସେନଙ୍କ ପ୍ୟାଚ ଅପ୍‌ ହୋଇଯାଇଥିବା କୁହାଯାଉଛି।

ଗୁରୁବାର ସୁସ୍ମିତା ସେନ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଷ୍ଟୋରି ଶେୟାର କରିଛନ୍ତି। ଏହି ଷ୍ଟୋରିରେ ସୁସ୍ମିତାଙ୍କ ସହ ତାଙ୍କର ପୂର୍ବତନ ପ୍ରେମିକା ରୋହମାନ ନଜର ଆସିଛନ୍ତି। ଏହି ଫଟୋ ସହିତ ସୁସ୍ମିତା ଲେଖିଛନ୍ତି, ନାଇସ ପିକ୍‌ଚର ରେହମାନ। ଏହି ଫଟୋ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।

ସୁସ୍ମିତା ଏବଂ ରେହମାନଙ୍କ ବ୍ରେକଅପ ଖବର ବହୁ ପୂର୍ବରୁ ସାମ୍ନାକୁ ଆସିଥିଲା। ଏହା ପରେ ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ଲଲିତ ମୋଦିଙ୍କ ସହ ସୁସ୍ମିତା ସେନଙ୍କ ଡେଟିଂ ଖବର ମଧ୍ୟ ଚର୍ଚ୍ଚାରେ ଥିଲା। କିନ୍ତୁ ବର୍ତ୍ତମାନ ଲାଗୁଛି ଯେ ପୁନର୍ବାର ସୁସ୍ମିତା ଏବଂ ରୋହମାନଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇବାରେ ଲାଗିଛି।

Share