ଦୁଇ ଦୁଇଥର ବିବାହ କରିବାକୁ ନିଷ୍ପତ୍ତି ନେଇ ଫେରିଆସିଛନ୍ତି ଏହି ଅଭିନେତ୍ରୀ

ବମ୍ବେ: ଜୀବନରେ ପ୍ରେମର ବସନ୍ତ ବେହୁଛି, ହେଲେ କଥା ବିବାହ ଯାଏ ଯାଉନାହିଁ। ଆମେ କଥା ହେଉଛୁ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ କଥା। କିଛି ଦିନ ପୂର୍ବେ ସେ ପ୍ରେମିକ ରୋହମନ ସଲ୍‌ଙ୍କଠାରୁ ଅଲଗା ହୋଇଯାଇଥିବା ନେଇ ଘୋଷଣା କରିଥିଲେ। ଉଭୟ ସବୁଦିନ ପାଇଁ ବନ୍ଧୁ ହୋଇ ରହିବେ ବୋଲି କହିଥିଲେ ସୁସ୍ମିତା। ତେବେ ଅଭିନେତ୍ରୀଙ୍କ ଜୀବନରେ ଏଭଳି ଘଟଣା ପ୍ରଥମ ଥର ପାଇଁ ଘଟିନାହିଁ। ପୂର୍ବରୁ ମଧ୍ୟ ତାଙ୍କ ହୃଦୟ ଭାଙ୍ଗିଛି। ସେ ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି।

ସିମି ଅଗ୍ରଓ୍ବାଲଙ୍କ ଶୋ’ରେ ସୁସ୍ମିତା ଏହି କଥା କହିଥିଲେ। ଭୁଲ ଲୋକକୁ ବିବାହ କରିବାକୁ ଯାଉଥିବା ବେଳେ ସେ ଫେରି ଆସିଛନ୍ତି। ଜୀବନରେ ଏଭଳି ହୋଇଛି। ଏସବୁ ମାମଲାରେ ସେ ଭାଗ୍ୟଶାଳୀ। ଏକ ସମୟ ଥିଲା ମୁଁ ଭୁଲ କରିପାରିଥାନ୍ତି ନଚେତ କିଛି ଭୁଲ ହୋଇଯାଇଥାନ୍ତା। ହେଲେ ଏହା ଭୁଲ, ଏହା ମୋ ପାଇଁ ଠିକ୍‌ ନୁହେଁ ବୋଲି ଭାବିଥିଲେ। ଶେଷରେ ସେମାନଙ୍କଠାରୁ ଦୂରେଇ ଯିବାରେ ସଫଳ ହୋଇଥିଲେ ବୋଲି ସେ କହିଛନ୍ତି।

Share