ଏବେ କିନ୍ନର ଭୂମିକାରେ ନଜର ଆସିବେ ସୁସ୍ମିତା

ମୁମ୍ବାଇ: ଟ୍ରାନ୍ସଜେଣ୍ଡର କମ୍ୟୁନିଟିକୁ ଏବେ ପର୍ଯ୍ୟନ୍ତ ଅନେକ ସ୍ଥାନରେ ଆଜି ପର୍ଯ୍ୟନ୍ତ ଗ୍ରହଣ କରିପାରୁ ନାହାନ୍ତି ଲୋକେ। ଏବେ ପର୍ଯ୍ୟନ୍ତ ସେମାନଙ୍କୁ ସମ୍ମାନଜନକ ସ୍ଥାନ ବି ମିଳିପାରୁ ନାହିଁ। ଏବେବି ଏହି କୁମ୍ୟୁନିଟି ତାଳି ବଜାଇ ଓ ଶୁଭେଚ୍ଛା ଜଣାଇ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ତେବେ ସମୟ ବଦଳିବା ସହ ଏମାନଙ୍କ ଲାଇଫ ଷ୍ଟାଇଲରେ ବି କିଛିଟା ପରିବର୍ତ୍ତନ ଆସିଲାଣି। କିଛି ସ୍ଥାନରେ ଏମାନଙ୍କୁ ସଫଳତା ବି ମିଳିଲାଣି। ଇଣ୍ଟରନ୍ୟାଶନାଲ ଟ୍ରାନ୍ସଜେଣ୍ଡର ଡେ’ରେ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ଏକ ବିଶେଷ ଭିଡିଓ ଅପଲୋଡ କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ଜଣେ ଟ୍ରାନ୍ସଜେଣ୍ଡର ଗୌରିଙ୍କ ସହ ନଜର ଆସିଛନ୍ତି।
ସୁସ୍ମିତା ଶେୟାର କରିଥିବା ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏଥିରେ ଜଣେ ଟ୍ରାନ୍ସଜେଣ୍ଡର ତାଳି ମାରି ପ୍ରଶ୍ନ କରୁଛନ୍ତି ଯେ ଟ୍ରାନ୍ସଜେଣ୍ଡର ତାଳି କାହିଁକି ମାରିଥାଆନ୍ତି, କ’ଣ ଟଙ୍କା ରୋଜଗାର କରିବାକୁ, ନିଜର ରାଗ ସୁଝାଇବାକୁ ନା ନିଜର ଶରୀର ଲୁଚାଇବାକୁ। ଏହି ଭିଡିଓରେ ସୁସ୍ମିତା ଏଣ୍ଟ୍ରି କରି ଏସବୁ ପ୍ରଶ୍ନର ଖୁବ୍‌ ସୁନ୍ଦର ଉତ୍ତର ଭିନ୍ନ ଢଙ୍ଗରେ ଦେଉଛନ୍ତି।
ସୁସ୍ମିତା କହୁଛନ୍ତି, ତାଳି ବାଜେ ହୋସଲା ବଢାଇବାକୁ, ନୂଆ ପରିଚୟ ଦେବାକୁ, ଆସମାନ ଦୋହଲାଇବାକୁ ଓ ଦିଲରେ ଦିଲ ମିଶାଇବାକୁ। ଇଣ୍ଟରନ୍ୟାଶନାଲ ଟ୍ରାନ୍ସାଜଣ୍ଡର ଡେ’ରେ ସୁସ୍ମିତାଙ୍କର ଏହି ଭିଡିଓ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ଏକ ବଡ ଉପହାର।

Share