ପୁରୁଷ ବନ୍ଧୁଙ୍କୁ ‘ଲଭ୍ ୟୁ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ କିଛି ଦିନ ହେବ ସେ ତାଙ୍କ ରିଲେସନଶିପୁକୁ ନେଇ ଖୁବ୍ ଚର୍ଚ୍ଚତ । ମଡେଲ ରୋହମନ ଶଲଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ସବୁଦିନ କିଛି ନା କିଛି ଚର୍ଚ୍ଚା ସାମ୍ନାକୁ ଆସିଥାଏ । ଏମାନେ ଏକାଠି ରହିବା କଥା ବି ପୂର୍ବରୁ ସ୍ୱୀକାର କରି ସାରିଛନ୍ତିି । ତେବେ ରୋହମନଙ୍କ ଜନ୍ମଦିନ ଉପଲକ୍ଷେ ସୁସ୍ମିତା ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଇବା ସହ ଏକ ସୁନ୍ଦର ମେସେଜ୍ ବି ଦେଇଛନ୍ତି । ସୁସ୍ମିତା ଲେଖିଛନ୍ତି ହାପି ବର୍ଥ ଡେ ମାଇ ବାବୁଶ୍‌, ରୁହ ସେ ରୁହ ତକ୍ ଈଶ୍ୱର ତୁମର ସୁନ୍ଦର ହୃଦୟ ଇଚ୍ଛା କରୁଥିବା ସମସ୍ତ ଆଶୀର୍ବଦ ତୁମକୁ ଦିଅନ୍ତୁ । ତୁମର ସୁନ୍ଦର ଓ ସୁସ୍ଥ ସ୍ୱାସ୍ଥ୍ୟ କାମନା କରୁଛି । ଆଲିଶା, ରିନି ଓ ମୋ ତରଫରୁ ଜନ୍ମଦିନର ଅନେକ ଅନେକ ଅଭିନନ୍ଦନ । ଏହି କ୍ୟାପସନରୁ ସହଜରେ ଅନୁମାନ କରାଯାଇ ପାରେ ଯେ ପକୃତରେ ସୁସ୍ମିତା ରୋହମନଙ୍କୁ କେତେ ଭଲ ପାଆନ୍ତି । ରୋହମନ ସୁସ୍ମିତାଙ୍କଠାରୁ ୧୫ ବର୍ଷ ସାନ ହେଲେ ବି ଉଭୟଙ୍କ ମଧ୍ୟରେ ଭଲପାଇବା ଗଭିର ବୋଲି କୁହାଯାଏ । ବିଭିନ୍ନ ସମୟରେ ସୁସ୍ମିତା ରୋହମନଙ୍କ ସହ ୱାର୍କ ଆଉଟ୍ କରିବାର ଭିଡିଓ ଶେୟାର କରୁଥିବା ବେଳେ ତାଙ୍କର ଦୁଇଝିଅ ଆଲିଶା ଓ ରିନି ବି ରୋହମନଙ୍କୁ ଖୁବ୍ ଭଲ ପାଆନ୍ତି । ବଲିଉଡ୍‌ର ଏହି ସିଙ୍ଗଲ ମଦର ସୁସ୍ମିତା ସେନ୍ ନିଜ ପୁରୁଷ ବନ୍ଧୁ ରୋହମନଙ୍କୁ ନେଇ କୌଣସି ନା କୌଣସି କାରଣ ପାଇଁ ବେଳେ ବେଳେ ଆସିଥାଆନ୍ତି ଚର୍ଚ୍ଚାକୁ ।

Share