ବମ୍ବେ: ଭାଙ୍ଗିବ ଅଭିନେତ୍ରୀ ସୁସ୍ମିତା ସେନ୍ଙ୍କ ଭାଇ ରାଜୀବ ସେନ୍ ଏବଂ ଭାଉଜ ଚାରୁ ଅସୋପାଙ୍କ ବିବାହ। ଏଭଳି କିଛି ଚର୍ଚ୍ଚା ଏବେ ହେବାରେ ଲାଗିଛି। ଏହା ପଛରେ କାରଣ ମଧ୍ୟ ରହିଛି। ଆଜିକାଲି ନିଜ ଇନ୍ଷ୍ଟାଗ୍ରାମରେ ଚାରୁ ଭାବବିହ୍ବଳ କଥା ଲେଖୁଛନ୍ତି। ସମ୍ପର୍କ ତୁଟିବା ନେଇ ସେ ଇଶାରା ମଧ୍ୟ କରୁଛନ୍ତି। ଏପରିକି ଦୁହେଁ ଏବେ ଅଲଗା ରହୁଥିବା ଜଣାପଡ଼ିଛି। ଚାରୁ ବମ୍ବେରେ ରହୁଥିବା ବେଳେ ରାଜୀବ ଦିଲ୍ଲୀରେ ରହୁଛନ୍ତି।
ବିବାହ ପରେ ଚାରୁ-ରାଜୀବ ଏକାଧିକ ରୋମାଣ୍ଟିକ୍ ଫଟୋ ପୋଷ୍ଟ କରିଥିଲେ। ଏବେ ସେଗୁଡ଼ିକ ଆଉ ନାହିଁ। ଉଭୟ ନିଜ ପ୍ରୋଫାଇଲ୍ରୁ ଫଟୋ ଡିଲିଟ୍ କରିଦେଇଛନ୍ତି।
ତେବେ ୨୦୧୯ ଜୁନ୍ ୭ରେ ବିବାହ କରିଥିଲେ ଉଭୟ। ଏହାକୁ ନେଇ ଚାରୁ ଚର୍ଚ୍ଚାରେ ରହିଆସୁଥିଲେ। ଉଭୟ ରାଜସ୍ଥାନୀ ଏବଂ ବଙ୍ଗାଳୀ ରୀତିନୀତିରେ ବିବାହ କରିଥିଲେ। ଏବେ ସୋସିଆଲ ମିଡିଆରେ ଉଭୟ ଉଭୟଙ୍କୁ ଅନ୍ଫଲୋ କରିବା ସହ ବ୍ଲକ କରିଦେଇଛନ୍ତି। ଏଣୁ ଉଭୟଙ୍କ ସମ୍ପର୍କରେ ଫାଟ ଆସିଥିବା ଚର୍ଚ୍ଚା ହେବାରେ ଲାଗିଛି।