ନ୍ୟୁୟର୍କ,୧୦ା୧୨: ନ୍ୟୁୟର୍କର ଫେଡେରାଲ ରିଜର୍ଭ ବ୍ୟାଙ୍କ ଭାରତୀୟ ବଂଶୋଦ୍ଭବ ସୁସ୍ମିତା ଶୁକ୍ଳାଙ୍କୁ ପ୍ରଥମ ଉପାଧ୍ୟକ୍ଷ (ଭିପି) ଏବଂ ମୁଖ୍ୟ ଅପରେଟିଂ ଅଫିସର ଭାବେ ନିଯୁକ୍ତି ଦେଇଛି। ୫୪ ବର୍ଷୀୟ ଶୁକ୍ଳା ଉକ୍ତ ବ୍ୟାଙ୍କର ଦ୍ୱିତୀୟ ର଼୍ୟାଙ୍କ୍ର ଅଫିସର। ତାଙ୍କ ନିଯୁକ୍ତିକୁ ଫେଡେରାଲ ରିଜର୍ଭ ସିଷ୍ଟମର ଗଭର୍ନରସ୍ ବୋର୍ଡ ଅନୁମୋଦନ କରିଛି। ନ୍ୟୁୟର୍କ ଫେଡେରାଲରେ କାମ କରିବା ସୁଯୋଗ ମିଳିଥିବାରୁ ଶୁକ୍ଳା ଖୁସି ବ୍ୟକ୍ତ କରିବା ସହ ଏଥିରେ ତାଙ୍କର ସମସ୍ତ ଅଭିଜ୍ଞତାକୁ ବିନିଯୋଗ କରିବେ ବୋଲି କହିଛନ୍ତି।