ସୁସ୍ମିତାଙ୍କ ଡାକ୍ତର ହେବା ସ୍ବପ୍ନ ଚୁରମାର୍‌: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡିର ଯୁକ୍ତ ଦୁଇ ଛାତ୍ରୀ ସୁସ୍ମିତା ଗୌଡ଼ଙ୍କ ସ୍ବପ୍ନ ଚୁରମାର୍‌ ହୋଇଛି। ଡାକ୍ତର ହେବାକୁ ଇଚ୍ଛା ରଖି ବିଜ୍ଞାନ ପଢ଼ୁଥିବା ସୁସ୍ମିତା ଦୁର୍ଘଟଣାର ଶିକାର ହୋଇଛନ୍ତି। ଅର୍ଥ ବାଧକ ସାଜିବାରୁ ସେ ଏବେ ତାଙ୍କର ଚିକିତ୍ସା ହୋଇପାରୁ ନ ଥିବା ବେଳେ ପାଠ ପଢା ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ତାଙ୍କ ପାଠପଢାରେ ଡୋରି ଲାଗିଛି।

ପ୍ରକାଶ ଯେ, ସୁସ୍ମିତାଙ୍କ ବାପା ପିଲାଟିଦିନରୁ ତାଙ୍କୁ ଛାଡି ଆରପାରିରେ। ମା’ ଶଶୀ ଗୌଡ଼ ସୁସ୍ମିତାଙ୍କ ସମେତ ୩ଟି ଛୁଆଙ୍କୁ ପାଠ ପଢାଇବା ପାଇଁ ରାଜ୍ୟ ବାହାରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଗତ ଜାନୁୟାରୀରେ ସୁସ୍ମିତାଙ୍କ ଦୁର୍ଘଟଣା ପରେ ତାଙ୍କ ସେବା କରିବା ପାଇଁ ଆଉ ରାଜ୍ୟ ବାହାରକୁ କାମ ଧନ୍ଦା ପାଇଁ ଯାଇପାରୁନାହାନ୍ତି। ଫଳରେ ଗୋଟିଏ ପଟେ ରୋଜଗାର ବନ୍ଦ ରହିଥିବା ବେଳେ ଏବେ ସୁସ୍ମିତାଙ୍କ ଏକାଧିକ ଅପରେଶନ ବାକି ରହିଛି। ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଶଶୀଙ୍କ ନିକଟରେ ଅର୍ଥ ବାଧକ ସାଜିଛି। ସେ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏଥିସହ ଜିଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନକୁ ଶଶୀଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

ଗୋଟିଏ ଗଛରେ ଝୁଲିପଡିଲେ ପ୍ରେମୀଯୁଗଳ

ଉମରକୋଟ,୨୪।୯(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲା ରାଇଘର ବ୍ଳକ ଭୁରଖାମହୁଲି ଗାଁ ନିକଟରେ ଥିବା ଏକ ପିପଳି ଗଛ ଡାଳରେ ପ୍ରେମୀ ଯୁଗଳଙ୍କ ମୃତଶରୀର ଝୁଲନ୍ତା ଅବସ୍ଥାରେ ଥିବା...

ମା’ କଟକ ଚଣ୍ଡୀଙ୍କ ଷୋଡ଼ଶ ପୂଜା ଆରମ୍ଭ

କଟକ,୨୪ା୯: ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି। ଏହି...

ଆଜିଠୁ ଶ୍ରୀମନ୍ଦିରରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ

ପୁରୀ,୨୪ା୯(ଅଜିତ୍‌ କୁମାର ମହାନ୍ତି): ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତଥା ମୂଳାଷ୍ଟମୀ ଦ୍ୱିତୀୟା ଓଷା ମଙ୍ଗଳବାରଠାରୁ ଶ୍ରୀମନ୍ଦିର ସମେତ ଶ୍ରୀକ୍ଷେତ୍ରର ବିଭିନ୍ନ ଦେବୀ ପୀଠରେ ଷୋଡ଼ଶ...

ହସ ଖୁସିର ସଂସାର ଉଜାଡି ଦେଲା କ୍ୟାନ୍ସର: ସରକାରୀ ପ୍ରୋତ୍ସାହନରୁ ବଞ୍ଚିତ ଆକାଶ

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):ଦିନ ଥିଲା ଗାଡି ଚଳାଇ ଘରକୁ ବଡ଼ ହସ ଖୁସିରେ ଚଳାଉଥିଲେ। ଦିନ ରାତି ପରିଶ୍ରମ କରିବାକୁ ପଛାଉ ନ ଥିଲେ।...

ରାତିରେ ଘରକୁ ଫେରି ନ ଥିଲେ: ସକାଳୁ କେନାଲରୁ କାର୍‌ ସହ ମିଳିଲା ମୃତଦେହ

ଫୁଲନଖରା,୨୪।୯(ସତ୍ୟରଞ୍ଜନ ଦାସମହାପାତ୍ର): କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍‌ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ...

ପୋଖରୀରେ ଭାସୁଛି ୨ ମୃତଦେହ: ପରିଚୟ ଖୋଜୁଛି ପୋଲିସ…

କଣ୍ଟାବାଞ୍ଜି,୨୪।୬: ବଲାଙ୍ଗୀର ଜିଲା ୫୯ ନମ୍ବର ଜାତୀୟ ରାଜପଥ ଭୋଇପଡ଼ା ବୁଲାଣି ପାଖ ଏକ ପୋଖରୀରେ ଭାସୁଛି ୨ ମୃତଦେହ। ଦୁର୍ଘଟଣା ପରେ ଦୁଇ ଯୁବକ...

ମହାନଦୀ ଜଳପଥରେ ବାଲିପଠା

ମହାକାଳପଡ଼ା, ୨୪ା୯ (ପ୍ରତାପ ଚନ୍ଦ୍ର ସ୍ବାଇଁ):ଜଳବାୟୁ ପରିବର୍ତ୍ତନ ପ୍ରଭାବ, ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅନିୟମିତତା ଯୋଗୁ ନଦୀ ଜଳ ସ୍ରୋତର ଉତ୍ସ ହ୍ରାସ ପାଇବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri