ସୁସ୍ମିତାଙ୍କୁ ଭିଡରୁ ରକ୍ଷା କଲେ ପୂର୍ବତନ ପ୍ରେମିକ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହ ତାଙ୍କ ବ୍ରେକ୍‌ଅପ୍‌କୁ ନେଇ ଆଲୋଚନା ଜୋର ଧରିଥିଲା। ସୁସ୍ମିତା ସୋସିଆଲ ମିଡିଆ ମାଧ୍ୟମରେ ନିଜ ବ୍ରେକ୍‌ଅପ୍‌ ଖବର ପ୍ରଶଂସକଙ୍କୁ ଜଣାଇଥିଲେ। କିନ୍ତୁ ପୁଣି ଥରେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍‌ ଥିବା କୁହାଯାଉଛି। ନିକଟରେ ସୁସ୍ମିତା ପୁଣି ଥରେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡ ରୋହମନଙ୍କ ସହ ନଜର ଆସିଥିଲେ। ଉଭୟଙ୍କୁ ଏକାଠି ଦେଖି ପୁଣିଥରେ ତାଙ୍କ ପ୍ରଶଂସକମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି।
ସୁସ୍ମିତା ଏବଂ ରୋହମନଙ୍କୁ କାରରେ ଏକାଠି ବସିଥିବାର ଦେଖାଯାଇଥିଲା। କେବଳ ଏତିକି ନୁହେଁ, ରୋହମନ ମଧ୍ୟ ସେଠାରେ ଉପସ୍ଥିତ ଥିବା ଭିଡ଼ରୁ ସୁସ୍ମିତାଙ୍କୁ ରକ୍ଷା କରୁଥିବା ନଜର ଆସିଥିଲେ। ବିଶେଷ କଥାଟି ହେଲା, ଉଭୟ ମେଳ ଖାଉଥିବା ପୋଷାକ ପିନ୍ଧିଥିଲେ। ଗୋଟିଏ ପଟେ ଅନେକ ପ୍ରଶଂସକ ଉଭୟଙ୍କୁ ଏକାଠି ଦେଖି ବହୁତ ଖୁସି ଜାହିର୍‌ କରିଥିବାବେଳେ ଅନେକ ଲୋକ ପ୍ରଶ୍ନ ଉଠାଇଥିଲେ।
ସୁସ୍ମିତା ଏବଂ ରୋହମନ ୨୦୧୮ରୁ ପରସ୍ପରକୁ ଡେଟ କରିଥିଲେ। ସୁସ୍ମିତା ରୋହମନଙ୍କଠାରୁ ୧୫ ବର୍ଷ ବଡ, କିନ୍ତୁ ଏହା ସତ୍ତ୍ୱେ ସେମାନଙ୍କ ସମ୍ପର୍କରେ କୌଣସି ଅସୁବିଧା ନ ଥିଲା। ତେବେ ଗତ ବର୍ଷ ଡିସେମ୍ବରରେ ହଠାତ୍‌ ସୁସ୍ମିତା ଏକ ପୋଷ୍ଟ ଶେୟାର କରି ତାଙ୍କ ବ୍ରେକଅପ ବିଷୟରେ ସୂଚନା ଦେଇଥିଲେ। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ ଆମର ସମ୍ପର୍କ ବନ୍ଧୁତ୍ୱରୁ ଆରମ୍ଭ ହୋଇଥିଲା। ଆମେ ବନ୍ଧୁ ରହିବୁ। କିିନ୍ତୁ ଆମ ଭିତରେ ପ୍ରେମ ସମ୍ପର୍କ ନାହିଁ ବୋଲି କହିଥିଲେ।

Share