ଦୁର୍ଗା ମଣ୍ଡପରେ ନାଚିଲେ ସୁସ୍ମିତା

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ସୁସ୍ମିତା ସେନ ଗତ କିଛି ଦିନ ହେବ ‘ଆର୍ଯ୍ୟ -୩’ ଏବଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଦୁର୍ଗା ପେଣ୍ଡାଲରୁ ଅଭିନେତ୍ରୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ନାଚୁଥିବାର ନଜର ଆସିଛନ୍ତି। ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେମାନଙ୍କ ପୂର୍ବରୁ ନବରାତ୍ରୀ ଅବସରରେ ଏହି ପେଣ୍ଡାଲରେ କାଜୋଲ, ରାଣୀ ମୁଖାର୍ଜୀ ଏବଂ ସୁମୋନା ଚକ୍ରବର୍ତ୍ତୀଙ୍କ ଭଳି ତାରକା ନଜର ଆସିଥିଲେ। ପେଣ୍ଡାଲରେ ପହଞ୍ଚିବା ପରେ, ବଲିଉଡ ତାରକାମାନଙ୍କୁ ପାରମ୍ପାରିକ ଶାଢି ଲୁକରେ ଦେଖିବାକୁ ମିଳିଥିଲେ।

ବଲିଉଡ ଷ୍ଟାରମାନେ ଦୁର୍ଗା ପୂଜାକୁ ବହୁତ ଉତ୍ସାହରେ ପାଳନ କରିଛନ୍ତି। ସାଧାରଣ ଲୋକଙ୍କ ସହ ତାରାମାନେ ମଧ୍ୟ ମା ଦୁର୍ଗାଙ୍କ ଭକ୍ତିରେ ବୁଡିଯାଇଥିବା ଦେଖାଯାଇଥିଲା। ଏହି ସମୟରେ ସୁସ୍ମିତା ସେନଙ୍କ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହାକୁ ସେ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହି ଉତ୍ସବରେ ସେ ତାଙ୍କ ପରିବାର ସହିତ ଦେଖାଦେଇଥିଲେ। ସୁସ୍ମିତା ସେନ କେବଳ ପୂଜା କରିନାହାଁନ୍ତି ବରଂ ଝିଅ ରେନେଙ୍କ ସହ ଖୁବ ଡ୍ୟାନ୍ସ କରିଥିଲେ। ମା ଏବଂ ଝିଅଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦର୍ଶକେ ଏହାକୁ ବହୁତ ପସନ୍ଦ କରୁଛନ୍ତି।

Share