ବ୍ରହ୍ମପୁର ଅଫିସ,୧୮ା୧୧: ବ୍ରହ୍ମପୁର ଜିଆର୍ପି ଶୁକ୍ରବାର ହଳଦିଆପଦର ମାଟିଆ ଗାଁ ନିକଟ ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ଯୁବକଙ୍କ ପକେଟରୁ ମୋବାଇଲ ଫୋନ ଓ ଏକ କାଗଜ ମିଳିଛି। ମୋବାଇଲରୁ କେତେକ ନମ୍ବର ସଂଗ୍ରହ କରି ପୋଲିସ ଯୋଗାଯୋଗ କରିଥିଲେ ମଧ୍ୟ ମୃତକଙ୍କ ପରିଚୟ ମିଳିପାରିନାହିଁ। ଯୁବକଙ୍କ ବୟସ ୩୫ରୁ ୪୦ ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରୁଛି।
ଏ ନେଇ ଜିଆର୍ପି ଏକ ଅପମୃତ୍ୟୁ ମାମଲା(ନଂ.୯୬/୨୨) ରୁଜୁ କରିଛି। ପୋଲିସ ମୃତଦେହ ଜବତ କରି ଶବ ସଂରକ୍ଷଣ ଗୃହରେ ରଖିଛି। ଯୁବକ ଜଣଙ୍କ ଟ୍ରେନ ସମ୍ମୁଖକୁ ଆସିଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି।