ନିଖୋଜ ନାବାଳକଙ୍କୁ ବଳି ସନ୍ଦେହ

ମାଧପୁର (ମନୋଜ ପ୍ରଧାନ)/ବଇଣ୍ଡା (ପରିକ୍ଷିତ ସାହୁ), ୨୯ା୭: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାସୁଦେବପୁର ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମର ନିଖୋଜ ସପ୍ତମ ଶ୍ରେଣୀ ଛାତ୍ର ସଞ୍ଜୀବ ବିଶ୍ୱାଳ(୧୩)ଙ୍କ ଗଳିତ ମୃତଦେହ ଶୁକ୍ରବାର ବାରେଣୀ ଜଙ୍ଗଲରୁ ମିଳିବା ପରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଝୁଲନ୍ତା ଅବସ୍ଥାରେ ମୃତଦେହ ଥିବାବେଳେ ଶରୀରର କିଛି ଅଂଶ ଗଛ ତଳେ ପଡ଼ିଥିବାରୁ ନରବଳି ପାଇଁ କେହି ତାଙ୍କୁ ହତ୍ୟା କରିଥିବା ସାଧାରଣରେ ସନ୍ଦେହ କରାଯାଉଛି। ପୋଲିସ ନିଷ୍କ୍ରିୟତାରୁ ଏହି ଘଟଣା ଘଟିଥିବା ଅଭିଯୋଗ କରି ଅଞ୍ଚଳବାସୀ ବାରେଣୀ ଛକଠାରେ ଆଠମଲ୍ଲିକ-କିଆକଟା ରାସ୍ତା ଅବରୋଧ କରିବା ସହ ପୋଲିସ ଗାଡ଼ି ଜାଳି ଦେଇଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ବୁଝାଶୁଝା ଜାରି ରଖିଛନ୍ତି।
ଘଟଣାରୁ ଜଣାପଡିଛି, ସୁବର୍ଣ୍ଣପୁର ଗ୍ରାମର ସଞ୍ଜୀବଙ୍କ ଦେହ କିଛି ବର୍ଷ ହେବ ଖରାପ ରହୁଥିଲା। ପଡ଼ୋଶୀ ଗଁା ଟୁସରଠାରେ ପୂଜା ପାଉଥିବା ମଙ୍ଗଳା କୋଠିରେ ମାନସିକ ରଖି ପୂଜା କଲେ ପୁଅ ଭଲ ହୋଇଯିବ ବୋଲି ଶୁଣିିବା ପରେ ଗତ ଜାନୁୟାରୀରେ ମା’ ବାସନ୍ତୀ ବିଶ୍ୱାଳ ଉକ୍ତ ମଙ୍ଗଳା କୋଠିକୁ ଯାଇ ଶରଣ ପଶିଥିଲେ। ପୁଅର ଦେହ ଭଲ ହୋଇଯିବ ବୋଲି କହି ସେଠାରେ ଥିବା ମହିଳା ପୂଜକ ୨ଟି ବୋଦା ଓ ୩୦ ହଜାର ଟଙ୍କା ବାସନ୍ତୀଙ୍କ ଠାରୁ ନେଇଥିଲେ। ହେଲେ ସଞ୍ଜୀବଙ୍କ ଦେହ ଭଲ ନ ହେବାରୁ ବାସନ୍ତୀ ଗତ ୨୨ ତାରିଖରେ ପୁଅକୁ ନେଇ ଟୁସର ଯାଇଥିଲେ। ପୂଜକଙ୍କ ନିର୍ଦ୍ଦେଶ ଅନୁଯାୟୀ ପୁଅକୁ ମଙ୍ଗଳା କୋଠିରେ ରାତିରେ ଅଧିଆ ପକାଇ ସେ ଅନ୍ୟ କୋଠରିରେ ଶୋଇଥିଲେ। ହେଲେ ସକାଳୁ ପୁଅକୁ ମଙ୍ଗଳା କୋଠିରେ ନ ପାଇ ବାସନ୍ତୀ ବିଚଳିତ ହୋଇପଡ଼ିଥିଲେ। ଏ ନେଇ ପୂଜା କରୁଥିବା ମହିଳାଙ୍କୁ ପଚାରିଥିଲେ ହେଁ କୌଣସି ଉତ୍ତର ପାଇ ନ ଥିଲେ। ପୁଅ ନିଖୋଜ ଥିବା ନେଇ ସେ ୨୩ ତାରିଖରେ କିଆକଟା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନମ୍ବର ୬୮/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୂଜକଙ୍କୁ ଡାକି ପଚରାଉଚରା କରିଥିଲେ ମଧ୍ୟ ନିଖୋଜ ସଞ୍ଜୀବଙ୍କ ପତ୍ତା ପାଇ ନ ଥିଲା। ତଦନ୍ତରେ ଅବହେଳା ପ୍ରତିବାଦ କରି ଗୁରୁବାର ରାତିରେ ସୁବର୍ଣ୍ଣପୁର ଗ୍ରାମର ମହିଳା ପୁରୁଷ ଥାନା ଘେରାଉ କରିଥିଲେ। ତେବେ ଶୁକ୍ରବାର କେତେଜଣ ଗାଈ ଚରାଳି ଜଙ୍ଗଲକୁ ଛତୁ ସଂଗ୍ରହ କରିବା ପାଇଁ ଯାଇଥିବାବେଳେ ଏକ ଗଛରେ ମୃତଦେହ ଝୁଲୁଥିବା ଦେଖିବା ପରେ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚିଥିଲେ। ଗୋଡ଼ ଓ ହାତ କଟାଯାଇଥିବାରୁ ନାବାଳକଙ୍କୁ ବଳି ଦିଆଯାଇ ଆତ୍ମହତ୍ୟାର ରୂପ ଦେବାକୁ ଗଛରେ ଟାଙ୍ଗି ଦିଆଯାଇଥିବା ଅଞ୍ଚଳବାସୀ ସନ୍ଦେହ କରିଥିଲେ। ଘଟଣା ପାଇଁ ସେମାନେ ପୋଲିସ ଅବହେଳାକୁ ଦାୟୀ କରି ସଞ୍ଜୀବଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଅଭିଯୁକ୍ତଙ୍କ ଗିରଫ ଦାବିରେ ବାରେଣୀଛକ ଠାରେ ରାସ୍ତାରୋକୋ କରିଥିଲେ। କିଆକଟା ପୋଲିସ ସେଠାରେ ପହଞ୍ଚିବା ପରେ ଲୋକେ ଅଧିକ ତାତିଯାଇଥିଲେ। ପୋଲିସ ଗାଡ଼ିରେ ନିଅଁା ଲଗାଇ ଦେଇଥିଲେ। ଖବରପାଇ ଅନୁଗୋଳ ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ରାୟଗୁରୁ, ଆଠମଲ୍ଲିକ ଏସ୍‌ଡିପିଓ ବାଳକୃଷ୍ଣ କଅଁର, ଆଠମଲ୍ଲିକ ଉପଜିଲାପାଳ ତରଣି ସୁନା, ଆଠମଲ୍ଲିକ ତହସିଲଦାର ଯଶୋବନ୍ତ ଦେହୁରୀ, କିଶୋରନଗର ତହସିଲଦାର ଶାନ୍ତି ସ୍ବରୂପ ମିଶ୍ର, ଠାକୁରଗଡ଼ ଆଇଆଇସି ପ୍ରିୟବତ ଦାସ, ହଣ୍ଡପା ଆଇଆଇସି ନମିତା ନାୟକଙ୍କ ସହ ସାଇଣ୍ଟିଫିକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତଦେହ ଜବତ କରିଥିଲେ।
ଏ ସମ୍ପର୍କରେ ଅନୁଗୋଳ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି, ନିଖୋଜ ଅଭିଯୋଗ ପରେ ପୋଲିସ ତଦନ୍ତ କରୁଥିଲା। ମହିଳା ପୂଜକଙ୍କୁ ଡାକି ପଚରାଉଚରା କରୁଥିଲା। ତେବେ ମୃତଦେହ ମିଳିବା ପରେ ଉତ୍ତେଜନା ଦେଖାଦେଇଥିଲା। ଅନୁଗୋଳରୁ ଏକ ପୋଲିସ ଟିମ୍‌ ସେଠାକୁ ପଠାଯାଇ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରାଯାଉଛି। ମହିଳା ପୂଜକଙ୍କ ସମେତ ୩ ଜଣଙ୍କୁ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri