ଫ୍ଲୋରିଡା ଯାଉଥିବା ବିମାନରେ ବୋମା ଥିବା ସୂଚନା, ଯାଞ୍ଚ ପରେ ମିଳିଲା ଆଡଲ୍ଟ ଡାଏପର

ପାନାମା ସିଟି,୧୪।୧୦: ପାନାମା ସିଟିର ଟୋକ୍ୟୁମେନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଫ୍ଲୋରିଡାର ଚମ୍ପା ଅଭିମୁଖେ ଯାଉଥିବା ଏକ କୋପା ଏୟାରଲାଇନ୍ସର ବିମାନକୁ ସନ୍ଦିଗ୍ଧ ବୋମା ପାଇଁ ଖେଜାଖୋଜି ହୋଇଥିଲା, ହେଲେ ଏଥିରେ ଯାହା ମିଳିଲା ତାହା ସମସ୍ତଙ୍କୁ ଚମକାଇ ଦେଇଥିଲା। ଯାଞ୍ଚ ପରେ ବୋମା ବଦଳରେ ଆଡଲ୍ଟ ଡାଏପର ମିଳିଥିଲା।
ସମ୍ଭାବ୍ୟ ବୋମା ଖବର ପାଇବା ପରେ ବିମାନଟି ଶୁକ୍ରବାର ସକାଳେ ପାନାମା ସିଟି ବିମାନବନ୍ଦରକୁ ଫେରିଥିଲା।
ବୋଇଙ୍ଗ ୭୩୭-୮୦୦ ସ୍ଥାନୀୟ ସମୟ ୧୧ଟା ସମୟରେ ଅବତରଣ କରି ଟାର୍ମାକର ଏକ ଭିନ୍ନ ଅଂଶକୁ ଚାଲିଗଲା, ଯେଉଁଠାରେ ୧୪୪ଜଣ ଯାତ୍ରୀ ଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ବିସ୍ଫୋରକ ବିରୋଧୀ ଦଳ ବିମାନ ଯାଞ୍ଚ କରିଥିଲେ।
ବିମାନବନ୍ଦରର ସୁରକ୍ଷା ଦଳର ମୁଖ୍ୟ ଜୋସେ କାଷ୍ଟ୍ରୋ କହିଛନ୍ତି ଯେ ବିମାନର ବାଥରୁମରେ ଏକ ସନ୍ଦେହଜନକ ବସ୍ତୁ (ଆଡଲ୍ଟ ଡାଏପର) ମିଳିଥିଲା।
କାଷ୍ଟ୍ରୋ କହିଛନ୍ତି ଯେ ଏହା ଏକ ସୁରକ୍ଷିତ ରନୱେରେ ଥିଲା ଯେଉଁଠାରେ ପୋଲିସର ବିଶେଷଜ୍ଞ ବିସ୍ଫୋରକ କୈନାଇନ ୟୁନିଟ ଏବଂ ସ୍ବତନ୍ତ୍ର ବାହିନୀ ଏହି ବସ୍ତୁକୁ ଯାଞ୍ଚ କରି ଏହା ଏକ ଆଡଲ୍ଟ ଡାଏପର ବୋଲି ଜାଣିଥିଲେ।

Share