ରାସ୍ତାରେ ଆସୁଥିଲେ: ବାଟରେ ଟଳି ପଡ଼ିଲେ ଯୁବକ

ଧରାକୋଟ,୨୦ା୬(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ଥାନା ଅଧୀନ ପୁଟୁ-ମୁକ୍ତପୁଞ୍ଜି ରାସ୍ତା ପାର୍ଶ୍ୱରୁ ପୋଲିସ ଗୁରୁବାର ଜଣେ ଯୁବକଙ୍କ ମୃତଦେହ ଜବତ କରିଛି। ସେ ହେଲେ ନିକଟସ୍ଥ କିଶୋର ଚନ୍ଦ୍ର ପଲି ଗ୍ରାମର କିଶୋର ମୁନି (୪୮)।

ମହେନ୍ଦ୍ର ମୁନିଙ୍କ ୩ ପୁଅଙ୍କ ମଧ୍ୟରୁ କିଶୋର ମଝିଆ ପୁଅ। ସେ ଅବିବାହିତ ଥିଲେ। ଗୁରୁବାର ମଧ୍ୟାହ୍ନରେ ସେ ଜାହାଡ଼ା ଗାଁ ପଟୁ ମୁକ୍ତାପୁଞ୍ଜି ଦେଇ ପୁଟୁ ଆଡ଼କୁ ଆସୁଥିବା ବେଳେ ରାସ୍ତାରେ ଅଂଶୁଘାତରେ ଟଳି ପଡ଼ିଥିବା ସନ୍ଦେହ କରାଯାଉଛି । ଧରାକୋଟ ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଛନ୍ତି। ଏ ନେଇ ପୋଲିସ ଏକ ମାମଲା(ନଂ.୯/୨୪) ରୁଜୁ କରି ଘଟଣାର ତଦନ୍ତ କରୁଛି।