Categories: ଜାତୀୟ

ପଠାନକୋଟରେ ସନ୍ଦିଗ୍ଧ ଅନୁପ୍ରବେଶକାରୀ ନିହତ…

ପଠାନକୋଟ,୧୪।୮ : ପଞ୍ଜାବର ପଠାନକୋଟ ଜିଲାର ଅନ୍ତର୍ଜାତୀୟ ସୀମା ନିକଟରେ ସୀମା ସୁରକ୍ଷା ବଳ (ବିଏସଏଫ)ଙ୍କ ଏନକାଉଣ୍ଟରରେ ଜଣେ ସନ୍ଦିଗ୍ଧ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ଘଟିଛି। ସୋମବାର ବିଏସଏଫର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ମଧ୍ୟରାତ୍ର ପ୍ରାୟ ସାଢ଼େ ୧୨ଟା ସମୟରେ ପଠାନକୋଟର ସିମ୍ବାଲ ସାକୋଲ ଗ୍ରାମ ନିକଟରେ ବିଏସଏଫ ଯବାନମାନେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଥିଲେ।

ବିଏସଏଫ ଯବାନ ଅନୁପ୍ରବେଶକାରୀଙ୍କ ପାଇଁ ସତର୍କ ସୂଚନା ଜାରି କରିଥିଲେ। କିନ୍ତୁ ସେ ଏହାକୁ ଖାତିର କରି ନ ଥିଲେ। ସୁରକ୍ଷା ଦୃଷ୍ଟିରୁ ଯବାନମାନେ ଗୁଳି ଚାଳନା କରିଥିଲେ ବୋଲି ସେ ସୂଚନା ପ୍ରଦାନ କରିଛନ୍ତି। ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।

Share