ନୂଆଦିଲ୍ଲୀ,୧୮।୨: ଦିଲ୍ଲୀର ଓଲ୍ଡ ସୀମାପୁରୀ ଅଞ୍ଚଳର ଏକ ଫ୍ଲାଟରୁ ୩ କେଜି ଇମ୍ପ୍ରୋଭାଇଜଡ୍ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଭର୍ତ୍ତି ବ୍ୟାଗ ମିଳିଛି। ବିସ୍ଫୋରକକୁ ଡିଫ୍ୟୁଜ କରାଯାଇ ଥିବା ବେଳେ ଘରର ମାଲିକ ଓ ଡିଲରଙ୍କୁ ପଚରାଉଚରା କରୁଛି ଦିଲ୍ଲୀ ପୋଲିସ। ସ୍ପେଶାଲ ସେଲ ସଂନ୍ଦିଗ୍ଧଙ୍କୁ ଚିହ୍ନଟ କରିସାରିଛି। ତେବେ ସଂନ୍ଦିଗ୍ଧମାନେ କେଉଁ ଅଞ୍ଚଳର ଜଣା ପଡ଼ିନାହିଁ। କିନ୍ତୁ ସେମାନେ ସ୍ଲିପର ସେଲ କିମ୍ବା ବଡ଼ ଷଡ଼ଯନ୍ତ୍ରର ଅଂଶ ହୋଇଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
ପୋଲିସ ଅନୁଯାୟୀ, ୩ ସନ୍ଦିଗ୍ଧ ଫେକ ଡକ୍ୟୁମେଣ୍ଟ ଦେଇ ଦିଲ୍ଲୀର ଉତ୍ତରପୂର୍ବ ଅଞ୍ଚଳରେ ଆପାର୍ଟମେଣ୍ଟ ଭଡାରେ ନେଇଥିଲେ। ସେହି ଆପାର୍ଟମେଣ୍ଟର ମାଲିକ ଭଡ଼ାରେ ଘର ଦେବା ପୂର୍ବରୁ ପୋଲିସ ଭେରିଫେଶନ କରାଇ ନ ଥିଲେ। ପୋଲିସ ଚଢ଼ାଉ କରିବା ପୂର୍ବରୁ ସେମାନେ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରୁ ଡଜନ ଫୋନ ଜବତ କରାଯାଇଛି।