Categories: ଜାତୀୟ

IRS ଜ଼୍ବାଇଁ ଉପରକୁ ୫ ଗୁଳି ଚଳାଇ ହତ୍ୟାକଲେ ନିଲମ଼୍ବିତ AIG ଶ଼୍ବଶୁର

ଚଣ୍ଡିଗଡ଼,୦୩।୦୮: ଚଣ୍ଡିଗଡ଼ ଜିଲା କୋର୍ଟରେ ଶନିବାର ଏକ ହତ୍ୟାକାଣ୍ଡ ଘିଟିଛି । ପଞ୍ଜାବ ପୋଲିସର ଜଣେ ନିଲମ଼୍ବିତ ଏଆଇଜି ନିଜର ଜ଼୍ବାଇଁକୁ ଗୁଳିମାରି ହତ୍ୟା କରିଛନ୍ତି । ଦୁଇ ପରିବାର ମଧ୍ୟରେ ଘରୋଇ ବିବାଦ ଲାଗିରହିଥିଲା । ଏହି ମାମଲାର ସମାଧାନ ପାଇଁ ଦୁଇ ପକ୍ଷ ଶନିବାର ଚଣ୍ଡିଗଡ଼ ପରିବାର ଅଦାଲତରେ ପହଞ୍ଚିଥିଲେ । ଅଭିଯୁକ୍ତ ଶ଼୍ବଶୁରଙ୍କ ନାମ ମାଲାବିନ୍ଦର ସିଂ ସିନ୍ଧୁ ହୋଇଥିବା ବେଳେ ତାଙ୍କର ଜ଼୍ବାଇଁ କୃଷି ବିଭାଗରେ ଆଇଆର୍‌ଏସ୍‌ ଅଧିକାରୀ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଦୁଇ ପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଥିବା ବେଳେ ଅଭିଯୁକ୍ତ ବାଥ୍‌ରୁମ୍‌ ଯିବାକୁ କହିଥିଲେ । ଜ଼୍ବାଇଁ କହିଥିଲେ ଚାଲ ମୁଁ ତୁମକୁ ରାସ୍ତା ଦେଖାଉଛି । ଦୁହେଁ କୋର୍ଟରୁମ୍‌ରୁ ବାହାରି ଯାଇଥିଲେ । ଏହାପରେ ଅଭିଯୁକ୍ତ ତାଙ୍କ ବନ୍ଧୁକରୁ ୫ ଥର ଗୁଳି ମାରିଥିଲେ । ସେଥୁରୁ ଦୁଇଟି ଗୁଳି ଜ଼୍ବାଇଁଙ୍କ ଦେହରେ ବାଜିଥିଲା । ଗୁଳି ଶବ୍ଦ ଶୁଣି କୋର୍ଟରେ ଏକ ପ୍ରକାର ଆତଙ୍କ ଖେଳିଯାଇଥିଲା । ଘଟଣାସ୍ଥଳରେ ଥିବା ଓକିଲ ଅଭିଯୁକ୍ତକୁ କାବୁକରି ଏକ ରୁମ୍‌ରେ ବନ୍ଦ କରିଦେଇଥିଲେ ଏବଂ ପୋଲିସ୍‌କୁ ସୂଚନା ଦେଇଥିଲେ । ତେବେ ଏହି ଘଟଣାରେ ଜ଼୍ବାଇଁଙ୍କୁ ହସ୍ପିଟାଲ୍‌ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଅଭିଯୁକ୍ତ ଏଆଇଜିକୁ ପୋଲିସ ଗିରଫ କରିଛି ।

Share