ଭରତପୁର ଥାନା ମାମଲା: ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ହେବ ପଲିଗ୍ରାଫ୍‌ ଟେଷ୍ଟ୍‌

ଭୁବନେଶ୍ୱର,୨୫ା୯: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ପଲିଗ୍ରାଫ ଟେଷ୍ଟ୍‌ ହେବ। ପଲିଗ୍ରାଫ୍‌ ଟେଷ୍ଟ୍‌ ପାଇଁ କ୍ରାଇମବ୍ରାଞ୍ଚକୁ ବୁଧବାର ଅନୁମତି ଦେଇଛନ୍ତି ଏସ୍‌ଡିଜେଏମ୍‌ କୋର୍ଟ। କ୍ରାଇମ୍‌ବ୍ରାଞ୍ଚ ଦୀନକୃଷ୍ଣଙ୍କୁ ଗୁଜରାଟ ଗାନ୍ଧିନଗରକୁ ନେବ। ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିବା ବେଳେ କୋର୍ଟ ଆଜି ଅନୁମତି ଦେଇଛନ୍ତି।

ସୂଚନା ଥାଉକି, ଭୁବନେଶ୍ୱର ଭରତପୁର ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଆର୍ମି ଅଫିସର ଏବଂ ତାଙ୍କ ବାନ୍ଧବୀଙ୍କୁ ପୋଲିସର ଅକଥନୀୟ ନିର୍ଯାତନା ଘଟଣା ଏବେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସର କାର୍ଯ୍ୟକୁ ନେଇ ବିଭିନ୍ନ ମହଲ୍‌ରୁ ନିନ୍ଦା କରାଯାଉଛି। ଏହି ଘଟଣାରେ ବର୍ତ୍ତମାନ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ଏଭଳି ସ୍ଥିତିରେ ତଦନ୍ତର ସ୍ବଚ୍ଛତାକୁ ଦୃଷ୍ଟିରେ ରଖି  ଭରତପୁର ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କୁ ଭୁବନେଶ୍ୱର ଡିସିପି ଅଫିସକୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କମିଶନରେଟ୍‌ ପୋଲିସ ମୁଖ୍ୟାଳୟରେ ଥିବା ଇନ୍‌ସ୍ପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ଭରତପୁର ଥାନା ଆଇଆଇସି ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଭରତପୁର ଥାନାରେ ଥିବା ଏଏସ୍‌ଆଇ ସଲିଳମୟୀ ସାହୁ ଓ କନଷ୍ଟେବଳ ବଳରାମ ହାଂସଦାଙ୍କୁ ମଧ୍ୟ ବଦଳି କରାଯାଇଛି। ସଲିଳମୟୀଙ୍କୁ ଭୁବନେଶ୍ୱର ଡିସିପି ଅଫିସ ଓ ବଳରାମଙ୍କୁ ଭୁବନେଶ୍ୱର ରିଜର୍ଭ ଅଫିସକୁ ବଦଳି କରାଯାଇଛି।

ଦୀନକୃଷ୍ଣ ୨୦୨୨ ନଭେମ୍ବରରେ ମଧ୍ୟ ବିବାଦୀୟ ହୋଇ ନିଲମ୍ବିତ ହୋଇଥିଲେ। ସେ କଟକ କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଥିବାବେଳେ ବାଲିଯାତ୍ରାରେ ପାର୍କିଂ ଟେଣ୍ଡର ନେଇଥିବା ଜଣେ ବ୍ୟକ୍ତିଙ୍କଠାରୁ ବଟି ମାଗିବା ଏବଂ ନ ଦେଲେ ମିଥ୍ୟା କେସ୍‌ରେ ଫସାଇବା ଦେବା ମଧ୍ୟ ଧମକ ଦେଇଥିଲେ। ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବା ପରେ ଗଣମାଧ୍ୟମରେ ଶିରୋନାମା ପାଲଟିଥିଲା। ପରେ ଦୀନକୃଷ୍ଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ନଭେମ୍ବର ୨୧ରେ କଟକ ଡିସିପି ଅଫିସକୁ ବଦଳି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ: ସରକାରଙ୍କ ସହ ଆଲୋଚନା ବିଫଳ

ଭୁବନେଶ୍ୱର,୨୫।୯: ଜାରି ରହିବ ନର୍ସିଂ କର୍ମଚାରୀ ଆନ୍ଦୋଳନ। ବୁଧବାର ସରକାରଙ୍କ ସହ ଆଲୋଚନା ବିଫଳ ହୋଇଥିବା ସଂଘର ପକ୍ଷରୁ ସୂଚନା ମିଳିଛି। ସ୍ବାସ୍ଥ୍ୟ ସଚିବ ସହ...

ମୋ ବସ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ: ବସ୍‌କୁ ଅଟକ ରଖିଲେ ଲୋକେ

ଭୁବନେଶ୍ୱର,୨୫।୯: ପୁଣି ବଦନାମ ମୁଣ୍ଡାଇଲା ମୋ ବସ୍‌। ରଘୁନାଥପୁରରେ ମୋ ବସ୍ ମାଡିଯିବାରୁ ଜଣଙ୍କର ମୃତ୍ୟୁ ଘଟିଛି।  

ଭାଇ ହତ୍ୟାକାରୀଙ୍କ ଗିରଫ ଦାବି କରି ମା-ବାପାଙ୍କ ସହ ଥାନା ସମ୍ମୁଖରେ ଧାରଣାରେ ବସିଲେ ଭଉଣୀ

ସାଲେପୁର,୨୫ା୯(ଅରବିନ୍ଦ ଭୂୟାଁ): ମୃତ ଭାଇଙ୍କ ହତ୍ୟାକାରୀମାନଙ୍କୁ ଗିରଫ କରି କଠୋରରୁ କଠୋର ଦଣ୍ଡ ବିଧାନ ଦାବି କରି କଟକ ଜିଲା ସାଲେପୁର ଥାନା ସମ୍ମୁଖରେ ମା’-ବାପାଙ୍କ...

ଭରତପୁର ପରେ ପୁଣି: ଥାନାବାବୁଙ୍କ ନାଁରେ ଆସିଲା ସଙ୍ଗୀନ ଅଭିଯୋଗ, ମହିଳା କର୍ମଚାରୀଙ୍କୁ…

ରାଉରକେଲା,୨୫।୯: ପୁଣି ଖାକିରେ ଲାଗିଲା କଳଙ୍କ। ଥାନାବାବୁ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ଭରତପୁର ଆଦର୍ଶ ଥାନା ପରେ ରାଉରକେଲା ବଣ୍ଡମୁଣ୍ଡା ଥାନାରେ ମହିଳାଙ୍କୁ ଅସଦାଚରଣ।...

ସମ୍ବଲପୁରୀ ଗାୟିକା ରୁକ୍‌ସାନାଙ୍କ କବର ଖୋଳିବାକୁ ଦେଲେନି ପରିବାର ଲୋକେ, ଫେରିଆସିଲେ ମାଜିଷ୍ଟ୍ରେଟ୍‌-ପୋଲିସ

ଭବାନୀପାଟଣା,୨୫ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍‌ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗତ ୧୯ ତାରିଖ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହିଦିନ ଆକାଉଣ୍ଟକୁ ଯିବ ବଳକା ଟଙ୍କା…

ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଇଛନ୍ତି...

ନବୀନଙ୍କୁ କଡ଼ା ସମାଲୋଚନା କରି ଏମିତି କହିଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୨୫।୯: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବୁଧବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି,ଓଡ଼ିଆ କଷ୍ଟ ପାଇଲେ ସରକାର ବଦଳାଇବେ। ଭୋଟ ପାଇଁ...

ବିଜେଡି ସମ୍ପର୍କରେ ବହୁ ଭାଜପା ନେତା, ଭାଜପା ଶିବିରରେ ଚହଳ, ଦେବୀ ମିଶ୍ର କହିଲେ…

ଭୁବନେଶ୍ୱର,୨୫।୯: ଭାରତୀୟ ଜନତା ପାର୍ଟି ନା ବିଜୁ ଜନତା ଦଳ କିଏ କରିବ ହଲଚଲ। ଏନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ବଡ଼ ବଡ଼ ନେତା।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri