Categories: ଜାତୀୟ

ରାଜ୍ୟ ସଭାରୁ ନିଲମ୍ବିତ ଏମ୍‌ପିଙ୍କ ୫୦ ଘଣ୍ଟିଆ ଧାରଣା, ପାର୍ଲାମେଣ୍ଟ ପରିସରରେ କାଟିଲେ ରାତି

ନୂଆଦିଲ୍ଲୀ,୨୯ ।୭: ପାର୍ଲାମେଣ୍ଟ ପରିସରରେ ବିଭିନ୍ନ ବିରୋଧି ଦଳର ଏମପି ଧାରଣାରେ ବସିଥିଲେ । ସମସ୍ତେ ସ୍ଥିର କରିଥିଲେ କି ସେମାନେ ୫୦ ଘଣ୍ଟିଆ ଧାରଣାରେ ବସିବେ । ସଂସଦରେ ମୌସୁମି ଅଧିବେଶନରେ ହଙ୍ଗାମା ପରେ କିଛି ବିରୋଧି ଦଳ ଏମପିଙ୍କୁ ନିଲମ୍ବିତ କରାଯାଇଥିଲା । ଏହାର ବିରୋଧରେ ସମସ୍ତ ନିଲମ୍ବିତ ଏମପି ପାର୍ଲାମେଣ୍ଟ ବାହାରେ ଧାରଣାରେ ବସିଥିଲେ । ଏହି ଧାରଣା ୫୦ ଘଣ୍ଟିଆ ହୋଇଥିବାରୁ ସମସ୍ତ ଏମପି ସଂସଦ ପରିସରରେ ରାତି କାଟିଥିଲେ । ଧାରଣାରେ ବସିଥିବା ଆମ ଆଦମୀ ପାର୍ଟି(ଏଏପି)ର ଏମପି ସଞ୍ଜୟ ସିଂଙ୍କ ପାର୍ଲାମେଣ୍ଟର ଗେଟ ବାହାରେ ମଶାରୀ ଟାଣି ଶୋଇଥିବା ଦେଖିବାକୁ ମିଳିଥିଲା ।
ତ୍ରୁଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରି ବି ପାର୍ଲାମେଣ୍ଟରୁ ନିଲମ୍ବିତ ହୋଇଥିବା ବେଳେ ଧାରଣାରେ ବସି ରାତି କାଟିଥିଲେ । ହାତରେ ହରଦାମ ବୃଦ୍ଧି, ଜିଏସଟି ଓ ଏମପିଙ୍କ ନିଲମ୍ବନକୁ ନେଇ ପ୍ଲାକାର୍ଡ ଧରି ଏମପିମାନେ ଧାରଣାରେ ବସିଥିଲେ । ପାର୍ଲାମେଣ୍ଟ ପରିସରରେ ଥିବା ଗାନ୍ଧୀଙ୍କ ମୂର୍ତ୍ତି ନିକଟରେ ଏମାନେ ଧାରଣାରେ ବସିଥିବା ବେଳେ ରାତିରେ ଏକାଠି ମିଶି ଡିନର କରିଥିଲେ ।

Share