Categories: ଜାତୀୟ

ଉପରାଷ୍ଟ୍ରପତିଙ୍କ ନାତୁଣୀ ବିବାହ ଭୋଜିରେ ନିଲମ୍ବିତ ଏମ୍‌ପି

ନୂଆଦିଲ୍ଲୀ,୨୧।୧୨: ରାଜ୍ୟ ସଭାର ଶୀତକାଳୀନ ଅଧିବେଶନରୁ ନିଲମ୍ବିତ ହୋଇଥିବା ୧୨ ଜଣ ଏମ୍‌ପି ସୋମବାର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ସରକାରୀ ବାସ ଭବନରେ ଆୟୋଜିତ ଏକ ଭୋଜିରେ ନଜର ଆସିଥିଲେ। ନାଇଡୁଙ୍କ ନାତୁଣୀଙ୍କ ବିବାହ ଉତ୍ସବ ପାଇଁ ଏହି ଭୋଜି ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଭାରତର ପ୍ରଧାନ ବିଚାରପତି ଏନ୍‌.ଭି ରମଣ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ଥିଲେ।
ନିଲମ୍ବିତ ବିରୋଧୀ ଦଳର ଏମ୍‌ପିଙ୍କ ଉପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। କାରଣ ଶୀତକାଳୀନ ଅଧିବେଶନ ଆରମ୍ଭରେ ଉପରାଷ୍ଟ୍ରପତି ନାଇଡୁ ସେମାନଙ୍କ ନିଲମ୍ବନ ଘୋଷଣା କରିଥିଲେ। ନିଲମ୍ବନକୁ ବିରୋଧ କରି ଏମ୍‌ପିମାନେ ପାର୍ଲାମେଣ୍ଟ ଆଗରେ ଧାରଣା ଦେଇଥିଲେ।

Share