Categories: ଜାତୀୟ

ମୂଷା ଲାଗି ୨ ଡାକ୍ତର ନିଲମ୍ବିତ

ହାଇଦ୍ରାବାଦ,୧।୪: ମୂଷା ପାଇଁ ଦୁଇ ଡାକ୍ତର ନିଲମ୍ବିତ। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ତେଲେଙ୍ଗାନାର ଏକ ପ୍ରତିଷ୍ଠିତ ହସ୍ପିଟାଲରୁ। ମିଳିଥିବା ସୂଚନା ମୁତାବକ, ହସ୍ପିଟାଲର ଆଇସିୟୁରେ ଭିତରେ ମୂଷା ପଶି ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କ ଗୋଡ ଏବଂ ହାତକୁ କାମୁଡି ଦେଇଥିଲା। ଫଳରେ ରୋଗୀଙ୍କ ହାତ ଗୋଡ଼ରେ କ୍ଷତ ହୋଇଯାଇଥିଲା। ଏହା ଜାଣି ରୋଗୀଙ୍କ ପରିବାର ଲୋକେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲା ପ୍ରଶାସନ ଘଟଣାର ତଦନ୍ତ କରଥିଲେ। ତଦନ୍ତ ପରେ ପ୍ରଶାସନ ପକ୍ଷରୁ ହସ୍ପିଟାଲ ଅଧିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଏପରିକି କର୍ତ୍ତବ୍ୟରେ ଅବହେଲା କରିଥିବା ଅଭିଯୋଗରେ ଆଇସିୟୁରେ ନିଯୁକ୍ତ ଥିବା ୨ଜଣ ଡାକ୍ତରଙ୍କୁ ନଲମ୍ବନ କରାଯାଇଛି। ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି।

 

Share