Categories: ଜାତୀୟ

ଗୋଆ ମୁଖ୍ୟମନ୍ତ୍ରୀ ହେବେ ପ୍ରମୋଦ

ନୂଆଦିଲ୍ଲୀ,୨୧ ।୩: ଦେଶର ୫ ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମାର୍ଚ୍ଚ ୧୦ରେ ସାମ୍ନାକୁ ଆସିଥିଲା । ୧୧ ଦିନ ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବେ ତାହାସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ୨ ରାଜ୍ୟ ଉତ୍ତରଖଣ୍ଡ ଓ ଗୋଆରେ ରାଜନୀତିର ପାଣିପାଗ ଗରମ ଥିବା ବେଳେ ପ୍ରମୋଦ ସାୱନ୍ତ ଗୋଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ପୂର୍ବରୁ ପ୍ରଧାନମନ୍ତ୍ରୀ ଇସାରା ଦେଇ ସାରିଛନ୍ତି । ହେଲେ ଅଫିସିୟାଲି ଏହା ବିଧାୟକ ଦଳର ବୈଠକ ପରେ ଅର୍ଥାତ୍ ସନ୍ଧ୍ୟା ୪ଟା ପରେ ଘୋଷଣା କରାଯିବ । ସେହିପରି ଉତ୍ତରାଖଣ୍ଡରେ ବିଧାୟକ ଦଳର ବୈଠକ ସନ୍ଧ୍ୟା ୫ଟାରେ ହେବ ।
ନେତା ନିର୍ବାଚିତ ହେବା ପରେ ସରକାର ଗଠନ କରିବାର ଦାବି ଉପସ୍ଥାପିତ କରାଯିବ । ଏହାପରେ ୪ ରାଜ୍ୟରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଯିବ । ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥ ଦ୍ୱିତୟ ଥର ଲାଗି ମାର୍ଚ୍ଚ ୨୫ରେ ଶପଥ ଗ୍ରହଣ କରିବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି ।

Share