ଡେପୁଟି କଲେକ୍ଟର ଆଲୋକ ଅନୁଗୁଳିଆଙ୍କୁ ନିଲମ୍ବନ

କୋରାପୁଟ, ୭।୫(ସ୍ବ.ପ୍ର.): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଆଲୋକ କୁମାର ଅନୁଗୁଳିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ତାଙ୍କୁ ନିଲମ୍ବନ କରିଛନ୍ତି । ଗୁରୁବାର ଜାରି ହୋଇଥିବା ନିଲମ୍ବନ ନିର୍ଦ୍ଦେଶରେ କୁହାଯାଇଛି ଯେ, ଏବେ କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ଅନୁଗୁଳିଆଙ୍କ ହେଡକ୍ୱାର୍ଟର୍ସ ରହିବ । ନିଲମ୍ବନ ଅବଧି ମଧ୍ୟରେ ସେ କୋରାପୁଟ ଜିଲାପାଳଙ୍କ ବିନା ଅନୁମତିରେ ହେଡକ୍ୱାର୍ଟର୍ସ ଛାଡି ଯାଇପାରିବେ ନାହିଁ ।
ତେବେ ସରକାରୀ ଜମି ହଡପ ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। କାଲିମେଳାରେ ତହସିଲଦାର ଥିବା ବେଳେ ତାଙ୍କ ନାଁରେ ସରକାରୀ ଜମି ହଡପ ଅଭିଯୋଗ ଆସିଥିଲା ।

Share