ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କୁ ନିଲମ୍ବନ ସୁପାରିସ

ରାୟଗଡ଼ା(ସ୍ବ.ପ୍ର.)/ମୁନିଗୁଡ଼ା/ ବିଷମକଟକ (ଡି.ଏନ.ଏ.)୧୨ା୫: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ନେତା ଚନ୍ଦ୍ରଶେଖର ବେହେରାଙ୍କୁ ଦଳରୁ ୩ ବର୍ଷ ପାଇଁ ନିଲମ୍ବନ କରିବାକୁ ରାଜ୍ୟ ନେତୃବୃନ୍ଦଙ୍କୁ ସୁପାରିସ କରାଯାଇଛି । ଚନ୍ଦ୍ରଶେଖର ଦଳ ବିରୋଧୀ କାର୍ଯ୍ୟ କରୁଥିବାରୁ ନିଲମ୍ବନ ସୁପାରିସ କରାଯାଇଥିବା ମୁନିଗୁଡ଼ା ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ପ୍ରକାଶ କରିଛନ୍ତି। ୨୦୧୭ରେ ଭାଜପା ସମର୍ଥିତ ପ୍ରାର୍ଥୀ ତଥା ତାଙ୍କ ଭାଇ ରାମଚନ୍ଦ୍ର ବେହେରାଙ୍କୁ ଜିଲା ପରିଷଦ ସଭ୍ୟ ଭାବେ ଜିତାଇବା ପାଇଁ ଚନ୍ଦ୍ରଶେଖର ଦଳ ବିରୋଧରେ ଭୋଟରଙ୍କୁ ଭୁଆଁ ବୁଲାଇଥିଲେ। ସେହିପରି ଆଗାମୀ ସାଧାରଣ ନିର୍ବାଚନରେ ବିଷମକଟକ ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀ ନୀଳମାଧବ ଉଲାକାଙ୍କ ବିରୋଧରେ ପ୍ରଚାର ସହ ବିଜେଡ଼ିକୁ ଗୁପ୍ତ ଭାବେ ସମର୍ଥନ କରୁଥିବାରୁ ବ୍ଲକ କଂଗ୍ରେସ ଏହି ପଦକ୍ଷେପ ନେଇଥିବା ନୀଳାମ୍ବର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଏ ନେଇ ଚନ୍ଦ୍ରଶେଖରଙ୍କୁ ପଚାରିବାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କଂଗ୍ରେସ ଦଳର କିଛି ବିଶେଷ ଗୋଷ୍ଠୀ ନିଜ ସ୍ବାର୍ଥ ହାସଲ ପାଇଁ ଏଭଳି ଷଡ଼ଯନ୍ତ୍ର କରିଥିବା କହିଛନ୍ତି। ବିଷମକଟକ ନିର୍ବାଚନ ମଣ୍ଡଳୀର ସମ୍ଭାବ୍ୟ ପ୍ରାର୍ଥୀ ନୀଳମାଧବ ଉଲାକାଙ୍କୁ ପଚାରିବାରୁ ସେ କହିଛନ୍ତି, ଚନ୍ଦ୍ରବାବୁ ସବୁବେଳେ କଂଗ୍ରେସ ଦଳ ହିତ ପାଇଁ କାର୍ଯ୍ୟ କରିଥାନ୍ତି । ଶୁକ୍ରବାର ତାଙ୍କ ନେତୃତ୍ୱରେ ଶତାଧିକ ବିଜେଡ଼ି କର୍ମୀ କଂଗ୍ରେସରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ବୋଲି ନୀଳମାଧବ ସୂଚନା ଦେଇଛନ୍ତି । ବୈଠକରେ ଆଗାମୀ ୨୦୨୪ ସାଧାରଣ ନିର୍ବାଚନରେ କିପରି କଂଗ୍ରେସ ତାର ପୂର୍ବାବସ୍ଥାକୁ ଫେରି ଆସିବା ସହ ଜୟଲାଭ କରିବ ସେଥିପାଇଁ ବ୍ଲକର ୧୭ଟି ପଞ୍ଚାୟତରେ ଲୋକଙ୍କୁ ଏକଜୁଟ କରି ଶାସକ ଦଳର ମିଛ ପ୍ରତିଶ୍ରୁତିକୁ ପଦାକୁ ଆଣିବା ସହ ଦଳକୁ ସୁଦୃଢ କରିବା ପାଇଁ ନିଷ୍ପତି ନିଆଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଏମ୍‌ପିଙ୍କ ପ୍ରତିନିଧି ମାନସ ରଞ୍ଜନ ବେହେରା, ଜିଲା ଉପ ସଭାପତି ପଞ୍ଚାନନ କରକରିଆ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ୱାଡାକା, ପୂର୍ବତନ ଜିଲ୍ଲା ସଭାପତି ଚନ୍ଦ୍ରଜିତ୍‌ ଯାଦବ, ରାମ ପ୍ରକାଶ କରକରିଆଙ୍କ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ...

ରାଜପଥ କଡ଼ରେ ପକୁଡ଼ି ବିକିଲେ ଯୁବକଂଗ୍ରେସ କର୍ମକର୍ତ୍ତା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):କେନ୍ଦ୍ରରେ ପ୍ରଥମ ଥର ଭାଜପା ସରକାର ଆସିବା ପୂର୍ବରୁ ଦେଶରେ ୨ କୋଟି ବେକାର ଯୁବତୀଯୁବକଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା...

ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ରୋଷେୟା

ରାୟଗଡ଼ା,୧୮।୯(ଆଶିଷ ରଞ୍ଜନ ପଣ୍ଡା):ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ବୁଡୁବାଲି ଆଶ୍ରମ ବିଦ୍ୟାଳୟର ସହକାରୀ ଶିକ୍ଷକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଛନ୍ତି ସେହି ବିଦ୍ୟାଳୟରେ କାର୍ଯ୍ୟରତ...

ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ...

ଫାଷ୍ଟ ଫୁଡ୍‌ ଦୋକାନ ଭିତରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ପଦ୍ମପୁର,୧୫ା୯(ପ୍ରଶାନ୍ତ କୁମାର କର): ରାୟଗଡ଼ା ଜିଲାର ପଦ୍ମପୁର ସୁନାରି ଘାଇ ଛକ ନିକଟରେ ଥିବା ଏକ ଫାଷ୍ଟ ଫୁଡ୍ ଦୋକାନରେ କାର୍ଯ୍ୟ କରୁଥିବା ଜଣେ କମଚାରୀ...

ରାସ୍ତା, ନେଟ୍‌ୱର୍କ ନ ଥିବା ଗାଁରେ ସୁଭଦ୍ରା ପଞ୍ଜୀକରଣ କଷ୍ଟକର

ରାୟଗଡ଼ା, ୧୩।୯(ଭାଗ୍ୟଶ୍ରୀ ମିଶ୍ର)-ବାଣିଜ୍ୟ, ପରିବହନ ଇସ୍ପାତ ଏବଂ ଖଣି ମନ୍ତ୍ରୀ ଗତ ୭ ତାରିଖରେ ରାୟଗଡ଼ା ଜିଲାରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନା...

ହାରିସ୍‌ଙ୍କ ପ୍ରଚାରରେ ଓଡ଼ିଆ ପୁଅ ସମୟ

ରାୟଗଡ଼ା,୧୩।୯(ଆଶିଷ ରଞ୍ଜନ ପଣ୍ଡା):ଆମେରିକା ରାଜନୀତିରେ ଓଡ଼ିଆ ପୁଅ ସମୟ ସାହୁ ସକ୍ରିୟ ଭୂମିକା ତୁଲାଉଛନ୍ତି। ସେ ଆମେରିକା ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସ୍‌ଙ୍କ ପାଇଁ...

ମହିଳାଙ୍କ ବେକରୁ ସୁନା ଚେନ ଲୁଟ ଉଦ୍ୟମ ପଣ୍ଡ

ରାୟଗଡ଼ା,୧୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ସ୍ଥିତ ପୁରୁଣା ପୋଲିସ ଷ୍ଟେସନ ସମ୍ମୁଖରେ ମହିଳାଙ୍କ ବେକରୁ ଚେନ ସ୍ନାଚିଂ ଘଟଣା ସାମ୍ନାକୁ ଆସିଛି। ତେବେ ବେକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri