ପିଲାଚୋର ସନ୍ଦେହରେ ଛେଚା ଖାଇଲେ ୨ ଯୁବକ

ଭୋଗରାଇ,୧୯।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଅଧୀନ ରସଲପୁର ଗ୍ରାମର ଅଭିମନ୍ୟୁ ବେହେରାଙ୍କ ଘରେ ଶୁକ୍ରବାର ଭୋର୍‌ରୁ ଏକ କାର୍‌ରେ ୪ ଜଣ ଅଚିହ୍ନା ଯୁବକ ଗାଡ଼ି ରାସ୍ତାରେ ରଖି ଘର ଭିତରକୁ ପଶିଥିଲେ। ଘରଲୋକ ଏହା ଜାଣି ପିଲା ଚୋରି ସନ୍ଦେହରେ ପାଟି କରିବାରୁ ସେମାନେ ଦୌଡ଼ି ପଳାଇ ଯିବାକୁ ଉଦ୍ୟମ କରୁଥିବାବେଳେ ଗ୍ରାମବାସୀ ଦୁଇଜଣଙ୍କୁ କାବୁ କରି ନେଇ ତାଙ୍କ ହାତଗୋଡ଼ ବାନ୍ଧି ନିର୍ଧୂମ ଛେଚିଥିଲେ। କମର୍ଦ୍ଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଜଣକୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଖସିଯିବାରେ ସକ୍ଷମ ହୋଇଛନ୍ତି । ଅଟକ ଥିବା ଦୁଇ ଯୁବକ ହେଲେ ଭୋଗରାଇ ଥାନା ସୁଆସୁଣୀ ଗ୍ରାମର ରଞ୍ଜିତ ଦାସ ଓ ଦେଉଳା ଗ୍ରାମର ସଞ୍ଜିତ ଜେନା।