ଆନ୍ଧ୍ରକୁ ଧାନ ଚାଲାଣ ସନ୍ଦେହ: ତହସିଲଦାର ଅଟକାଇଲେ ୪ ଧାନ ବୋଝେଇ ଗାଡ଼ି

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ତହସିଲଦାର ଅନୀତା କୁମାରୀ ସାହୁଙ୍କ ନେତୃତ୍ୱରେ ସୋମବାର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ଦିଗପହଣ୍ଡି- ଚିକିଟି ମୁଖ୍ୟରାସ୍ତାର କଲ୍ୟାଣପୁର ନିକଟରୁ ୪ଟି ଧାନବୋଝେଇ ଗାଡ଼ି ଜବତ କରି ଦିଗପହଣ୍ଡି ଥାନାକୁ ହସ୍ତାନ୍ତର କରିଥିଲେ। ଆନ୍ଧ୍ରକୁ ଧାନ ଚାଲାଣ ହେଉଥିବା ସନ୍ଦେହରେ ପିକ୍‌ଅପ ଭ୍ୟାନ ନଂ. ଓଡ଼ି ୦୭ -୬୫୬୩, ଓଡ଼ି ୩୩ ପି – ୬୧୪୮, ଓଡ଼ି ୧୩ ଜି – ୩୮୩୯ ଏବଂ ଟାଟା ଏସି ଡାଲାଗାଡ଼ି ନଂ. ଓଡ଼ି ୦୭ ପି – ୧୯୭୦କୁ ଅଟକ ରଖି ଥାନାକୁ ନେଇଥିଲେ। ପରେ ଚାଲାଣ ସମ୍ପର୍କିତ ନଥିପତ୍ର ଯାଞ୍ଚପରେ ସେଗୁଡିକ ପଞ୍ଜିକୃତ ଚାଷୀଙ୍କ ପୁରୁଣା ଧାନ ଏବଂ ଷ୍ଟିମ ଦେବା ଉଦ୍ଦେଶ୍ୟରେ ମିଲକୁ ଚାଲାଣ ହେଉଥିବା ଜଣାପଡିବାରୁ ଚାଷୀଙ୍କ ଠାରୁ ସ୍ବିକାରୋକ୍ତି ସଂଗ୍ରହ ପରେ ଛାଡ଼ି ଦିଆଯାଇଥିବା ତହସିଲଦାର କହିଛନ୍ତି। ଅପରପକ୍ଷରେ ଦିଗପହଣ୍ଡି ଅଞ୍ଚଳରେ ଚାଷୀ ଅଭାବୀ ଧାନବିକ୍ରିର ଶିକାର ହେଉଛି। ଧାନ ଅମଳ ସରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏଯାଏଁ ଧାନ ମଣ୍ଡି ଖୋଲିନାହିଁ। ଚାଷୀଙ୍କ ଉତ୍ପାଦିତ ଧାନକୁ ସାଇତି ରଖିବାରେ ସମସ୍ୟା, ଚଳିତ ବର୍ଷ ଏଫଏକ୍ୟୁ ମାନକୁ କଡ଼ାକଡ଼ି କରାଯିବା ସମେତ ବିଭିନ୍ନ କାରଣକୁ ନେଇ ଚାଷୀ ଖଳାମୂଳେ ବ୍ୟବସାୟୀଙ୍କୁ କମ ମୂଲ୍ୟରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ତହସିଲଦାରଙ୍କୁ ପଚାରିବାରୁ ଆସନ୍ତା ୨୩ ତାରିଖରୁ ଦିଗପହଣ୍ଡି ବ୍ଲକ ଏବଂ ଏନ୍‌ଏସି ଇଲାକାରେ ୨୧ଟି ଧାନମଣ୍ଡି ଖୋଲାଯିବା ସହ କୋଟିନଡ଼ା ଏବଂ ଚୌଧୁରୀ ଟିକରପଡ଼ା ପଞ୍ଚାୟତରେ ପଞ୍ଜିକୃତ ୨  ମହିଳା ସୟଂ ସହାୟିକା ଗୋଷ୍ଠୀ ଚାଷୀଙ୍କ ଠାରୁ ସରକାରଙ୍କ ନିର୍ଦ୍ଧାରିତ ଦରରେ ସିଧାସଳଖ ଧାନ କ୍ରୟ କରିବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ମାଫିଆ ଗଚ୍ଛିତ ରଖିଥିଲେ ବିପୁଳ ଗଞ୍ଜେଇ: ଚାଲାଣ ପୂର୍ବରୁ…

ପଟ୍ଟାଙ୍ଗି,୧୭ା୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧିନରେ ରହିଥିବା ଘଞ୍ଚ ଜଙ୍ଗଲରେ ଗଚ୍ଛିତ ଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ।...

ଗୃହ କମିଟି ଗଠନ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୧୭।୩: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡିଛି। ମହିଳା ବିରୋଧୀ ହିଂସା ରାଜ୍ୟରେ ବଢୁଛି। ଗୃହରେ ଶାସକ ଦଳ ବିଧାୟକଙ୍କ ଆଚରଣ ଠିକ ରହୁନାହିଁ। ହେଲେ...

ପୁରୀ ସ୍ବର୍ଗଦ୍ବାରରେ ସମ୍ପନ୍ନ ହେଲା ରମାକାନ୍ତ ରଥଙ୍କ ଶେଷକୃତ୍ୟ

ପୁରୀ,୧୭।୩: ବିଶିଷ୍ଟ କବି ପଦ୍ମଭୂଷଣ ରମାକାନ୍ତ ରଥଙ୍କ ସୋମବାର ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ପିନାକୀ ରଥ ମୁଖାଗ୍ନି...

ସରପଞ୍ଚଙ୍କ ବିରୋଧରେ ହେଲାନି ଅନାସ୍ଥା ଭୋଟ୍‌, ନିରାଶରେ ଫେରିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟମାନଙ୍କ ଅନାସ୍ଥା ପାଇଁ ଜାନୁଆରୀରେ ବାଲିଗୁଡ଼ା...

ଖରାରେ ସିଝୁଛି ପଶ୍ଚିମ ଓଡ଼ିଶା: ଦିନ ସାଢ଼େ ୧୧ରେ ଝାରସୁଗୁଡ଼ାରେ ୩୭.୮ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର,୧୭।୩: ରାଜ୍ୟରେ ଗତ ୬ ଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହେଉଛି। ଏଭଳି ସ୍ଥିତିରେ ଖରାରେ...

ଘରୁ ଯାଇ ଆଉ ଫେରି ନ ଥିଲେ ଛାତ୍ର, ଆଜି ମିଳିଲା ମୃତଦେହ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ କେଲେଣ୍ଡାପାଲି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡିଆ ଗ୍ରାମର ନବମ ଶ୍ରେଣୀ ଛାତ୍ର ସମୀର ପ୍ରଧାନ ରବିବାରରୁ ନିଖୋଜ ଥିଲେ।...

ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ: ଯୋଗଦେଲେ ଭାରତୀୟ କିଷାନ ୟୁନିଅନ ପ୍ରବକ୍ତା ରାକେଶ ଟିକାୟତ

ବରଗଡ଼,୧୭ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୟାଁ ଖେଳ ପଡ଼ିଆରେ ସୋମବାର ରାଜ୍ୟସ୍ତରୀୟ କିଷାନ ମହାପଞ୍ଚାୟତ ଆରମ୍ଭ ହୋଇଛି। ଏଥିରେ ଭାରତୀୟ କିଷାନ ୟୁନିଅନର ପ୍ରବକ୍ତା ରାକେଶ...

ଆଉ ଦୁଇ ଦିନ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ

ଭୁବନେଶ୍ୱର,୧୭।୩: ୧୯ ତାରିଖ ଯାଏଁ କଲବଲ କରିବ ଅସମ୍ଭାଳ ତାତି । ଆଗାମୀ ୨ ଦିନ ରାଜ୍ୟରେ ସିଭିୟର ହିଟ୍‌ୱେଭ୍‌ ୱାର୍ନିଂ ରହିଛି। ଏନେଇ ଝାରସୁଗୁଡ଼ା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image