ପୋଖରୀରୁ ୨ ଛାତ୍ରଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର: ପୋଲିସ ତଦନ୍ତ ଆରମ୍ଭ

ମହାକାଳପଡ଼ା,୫।୩(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧିନ ମାର୍ଶାଘାଇ ଥାନା ଅନ୍ତର୍ଗତ ସ୍ଥାନୀୟ ଖୁରୁସିଆ ପଞ୍ଚାୟତ ମା’ ବ୍ରହ୍ମାଣି ପୀଠ ପରିସର ପୋଖରୀରେ ଦୁଇ ଛାତ୍ରମାନଙ୍କ ମୃତଶରୀର ଉଦ୍ଧାର କରାଯାଇଛି। ମୃତ ଦୁଇ ସପ୍ତମ ଶ୍ରେଣୀ ଛାତ୍ର ନିକଟ ବାନ୍ଧକୁଦ ଗ୍ରାମର ଦୁର୍ଗା ପ୍ରସାଦ ମହାପାତ୍ର (୧୩) ଓ ଦିପାଂଶୁ ମହାପାତ୍ର (୧୩) ବୋଲି ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ଦୁଇ ଛାତ୍ର ଟିଉସନ ହେବାକୁ ନିକଟ ବିଦ୍ୟାଳୟକୁ ଯାଇଥିଲେ। ହେଲେ ରାତି ଦଶଟା ପରେ ପିଲାମାନେ କାହିଁକି ଘରକୁ ଫେରିଲେ ନାହିଁ। ଦୁଇ ପରିବାର ଲୋକମାନଙ୍କ ମଧ୍ୟରେ ଭାଳେଣି ପଡିଥିଲା। ଗ୍ରାମ କପିଳେଶ୍ୱର ମନ୍ଦିରଠାରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରିବାର ଲୋକମାନେ ଭାବିଲେ ପିଲାମାନେ ଯଜ୍ଞସ୍ଥଳକୁ ଯାଇଥିବେ। ସେଠାରେ ଖୋଜିଲେ ମଧ୍ୟ ମିଳି ନ ଥିଲେ ନାହିଁ। ଗ୍ରାମରେ ଚହଳ ପଡ଼ିଲା।

ଗ୍ରାମବାସୀ ନିକଟ ପାଇକା ନଦୀ କୂଳ , ବନ୍ଧୁ ବାନ୍ଧବ ଓ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କେଉଁଠି ମିଳି ନ ଥିଲା। ଶେଷରେ ଭାବିଲେ ମା’ଙ୍କ ପୀଠ ଦୂର ଦୁଇ କିମି ଦୂରକୁ ଯାଇଥିଲେ । କିଛି ଯୁବକମାନେ ପୀଠରେ ପହଞ୍ଚି ଦେଖିଲେ ଏକ ସାଇକେଲ ରହିଛି। ପୋଖରୀ କୂଳରେ କିଛି ପଲିଥିନରେ ପାଠପଢିବା ବହି ରହିଛି। ଶେଷରେ ପୋଖରୀରେ ଚାରି ଫୁଟ ପାଣିଥିଲା। ହଠାତ୍‌ ଦୁଇ ଜଣଙ୍କ ଶର୍ଟ ପ୍ୟାଣ୍ଟ ଦେଖି ସେମାନଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ରାତି ୧ ଟା ହୋଇଥିଲା।

ଏହି ଖବର ପ୍ରସାରିତ ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ମାର୍ଶାଘାଇ ପୋଲିସ ପହଞ୍ଚି ଦୁଇ ମୃତ ଛାତ୍ରଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲା ମୂଖ୍ୟ ଚିକିତ୍ସା କେନ୍ଦ୍ରରେ ସ୍ଥାନାନ୍ତରିତ ହୋଇଥିଲା। ଦୁଇ ଛାତ୍ର କାହିଁକି ଓ କେଉଁ ପରିସ୍ଥିତିରେ ଏତେ ବଡ଼ ଶେଷ ନିଷ୍ପତ୍ତି ନେଲେ ସମସ୍ତଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି କରିଛି। ହତ୍ୟା ନା ଆତ୍ମହତ୍ୟା ଘଟିଲା ତାହା ସମସ୍ତଙ୍କ ମନରେ ସନ୍ଦେହ ଘେରରେ ରହିଛି। ଏ ସଂକ୍ରାନ୍ତରେ ସରପଞ୍ଚ ପୂର୍ଣ୍ଣ ଚନ୍ଦ୍ର ରାଉତ କହିଛନ୍ତି, ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପ୍ରଶାସନିକ ସ୍ତରରେ ପରିବାରକୁ ସହାୟତା ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୀଳଚକ୍ର ବାନାରେ ପଡ଼ିଲା ଶୂନ୍ୟ ଗଣ୍ଠି, ଶ୍ରଦ୍ଧାଳୁ କହୁଛନ୍ତି ଘଟିବ..

ପୁରୀ,୧୭ା୩: ଚୈତ୍ର ମାସ କୃଷ୍ଣ ପ୍ରତିପଦା ତିଥି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ହୋଲି ଉତ୍ସବ ଏବଂ ଚନ୍ଦନ ଅନୁକୂଳ ନୀତି ସମ୍ପନ୍ନ ହୋଇଛି। ଏହି ପରିପ୍ରେକ୍ଷୀରେ...

କେନାଲ ଆଡ଼ିରେ ପଡ଼ିଛି ଅଜଣା ମହିଳାଙ୍କ ମୃତଦେହ

ମୋରଡ଼ା,୧୭ା୩(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଧୀନ ହଳଦୀପାଳ ପଞ୍ଚାୟତର ଚିତ୍ରଡ଼ା ଫାଣ୍ଡି ପଛ ପଟ ଜଙ୍ଗଲ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ...

ଶଗଡ଼କୁ ଧକ୍କା ଦେଇ XUV ଫେରାର, ବୃଦ୍ଧାଙ୍କ ସମେତ ବଳଦ ମୃତ

ଦେବଗଡ଼,୧୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ଥାନା ଅନ୍ତର୍ଗତ ଛତାବର ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ ଶଗଡ଼କୁ ଧକ୍କା ଦେଇ XUV...

ସୁପର ସ୍ପେଶାଲିଟି ଡାକ୍ତରଖାନାର ଉଦ୍‌ଘାଟନ କରିବେ ଶାହା

ସମ୍ବଲପୁର,୧୭ା୩(ପ୍ରମୋଦ ବହିଦାର): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ୨୨ଓ ୨୩ ତାରିଖ ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। ପ୍ରଥମ ଦିନ ମାର୍ଚ୍ଚ ୨୨ରେ ସମ୍ବଲପୁରରେ...

ଦିନେ ଛାଡ଼ି ଦିନେ ହେଉଛି ପାନୀୟ ଜଳ ଯୋଗାଣ: ବର୍ଷା ଅପେକ୍ଷାରେ ଅଞ୍ଚଳବାସୀ

ରାଇକିଆ,୧୭ା୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସହରର ପାନୀୟ ଜଳ ଯୋଗାଣ ହେଉଛି ଏକ ପ୍ରମୁଖ ସମସ୍ୟା। ସହରବାସୀଙ୍କ ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ, ୨ଗୁରୁତର

ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ୧୬ ନଂ ଜାତୀୟ ରାଜପଥ ଗୋପାଳପୁର ଓଭର ବ୍ରିଜ ନିକଟ ବିଲୁ ଢ଼ାବା ସମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା...

ଆଗକୁ କାଳବୈଶାଖୀ: ୨୦ରୁ ୨୬ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩: ଆଗକୁ ଆସୁଛି କାଳବୈଶାଖୀ। ଏହାର ପ୍ରଭାବରେ ରାଜ୍ୟରେ କମିବ ତାତି। ଆଶ୍ୱସ୍ତ ହେବେ ରାଜ୍ୟବାସୀ। ଗୁରୁଚାପ ବଳୟ ସାଙ୍ଗକୁ ଟ୍ରାପ୍‌ ଲାଇନ ପ୍ରଭାବରେ ଆସନ୍ତା...

ଅଗ୍ନିକାଣ୍ଡରେ ସର୍ବସ୍ବାନ୍ତ ୭ ପରିବାର: ବିପନ୍ନଙ୍କୁ ସହାୟତା ଦେଲେ ବିଧାୟକ

ଭଞ୍ଜନଗର,୧୭ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଦୋମୁହାଣୀ ପଞ୍ଚାୟତର ବଞ୍ଜର ସାହି ନିକଟସ୍ଥ ତିନିସାହିରେ ରବିବାର ଅଗ୍ନିକାଣ୍ଡ ଘଟି ୭ଟି ପରିବାରର ୧୦...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image