ସନ୍ଦେହଜନକ ଭାବେ ସାହି ମଝିରେ ପଡିରହିଛି ମୃତଦେହ: ପୋଲିସ ପହଞ୍ଚି କରୁଛି ଖୋଳତାଡ

ପଟ୍ଟାଙ୍ଗି,୮ା୮(ଶରତ ଧଳ): ସାହି ମଝିରେ ପଡିରହିଛି ମୃତଦେହ। ପୋଲିସ ପହଞ୍ଚି ଆରମ୍ଭ କରିଛି ଖୋଳତାଡ। ଏହିପରି ଏକ ଅଭାବନୀୟ ଦୃଶ୍ୟ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ଶିଶୁ ବିଦ୍ୟାମନ୍ଦିର ସାହି ପରିସରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ ଉକ୍ତ ସାହିରେ ବସବାସ କରୁଥିବା ଅନାଦି ପୂଜାରୀ ଏକ ଗ୍ରୋସରି ଦୋକାନରେ ସବୁଦିନ ପରି କାମ ସାରି ନିଜ ଘରକୁ ଫେରି ପିଲାଛୁଆ ଏବଂ ସ୍ତ୍ରୀଙ୍କୁ ନେଇ ରହିଥାଏ। ବିଡମ୍ବନାର କଥା ଏହି କି ଗୁରୁବାର ଭୋର ସକାଳୁ ଉକ୍ତ ସାହି ମଝିରେ ଅନାଦିଙ୍କର ମୃତ ଦେହ ପଡି ରହିଥିବା ସମସ୍ତଙ୍କୁ ଚକିତ କରିବା ସହ ଅନେକ କିଛି ସନ୍ଦେହ ସୃଷ୍ଟି କରିଛି। ସେପଟେ ପୋଲିସ ଖବର ପାଇ ଘଟଣାସ୍ଥଳେ ପହଞ୍ଚି ମୃତର ପ୍ରକୃତ କାରଣ ଖୋଜିବା ଆରମ୍ଭ କରିବା ସହ ଖୋଳତାଡ କରୁଛି।
ଅନ୍ୟପକ୍ଷରେ ଥାନାଧିକାରୀ ଚତୁର୍ଭୁଜ ନାୟକ, ସରପଞ୍ଚ ଆଲମେ ଫୁଲ, ୱାର୍ଡ ସଭ୍ୟ ଅର୍ପଣ ହିମିରିକା ପ୍ରମୁଖ ଉକ୍ତ ସାହିରେ ପହଞ୍ଚି ଘଟଣା ସମ୍ପର୍କରେ ଅନୁଧ୍ୟାନ ଆରମ୍ଭ କରିଥିବାବେଳେ ମୃତ ଅନାଦିକୁ କିଏ ବା କାହିଁକି ହତ୍ୟା କରିଲା ବୋଲି ସାହି ବାସିନ୍ଦା ଓ ପୋଲିସ ମଧ୍ୟରେ ପ୍ରଶ୍ନ ସୃଷ୍ଟି କରିଥିବାବେଳେ ଏହା ନିଜ ପରିବାର ମଧ୍ୟରେ କୈଣସି କଥାକୁ ନେଇ ହାତାହାତି ହୋଇ ଥିବା ନେଇ ଆଲୋଚନା ହେଉଥିବାବେଳେ ମୃତ ଅନାଦିକୁ ବେକରେ କେହି ରସି ଭିଡି ମାରିଥିବା ଦେଖିବାକୁ ମିଳିଛି।
ଏଠାରେ ସୂଚନା ଥାଉକି ମୃତ ଅନାଦି ପୂଜାରୀ ସୁଦୂର ଯାଜପୁର ଜିଲା କୁଆଖିଆ ଅଞ୍ଚଳର କଣ୍ଟିତର ଗ୍ରାମର ହୋଇ ଥିବାବେଳେ ସେ କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକର ଉପରୋକ୍ତ ସାହିର କୁନି ଖିଲ ନାମକ ଯୁବତୀଙ୍କୁ ବିବାହ କରି ଏକ ଗ୍ରୋସରି ଦୋକାନରେ କାମ କରି ବସବାସ କରୁଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Share