ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତକ ହେଲେ କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ତେରଗୁଡା ଅଞ୍ଚଳର ତପନ ପ୍ରସାଦ ଆଚାର୍ଯ୍ୟ (୪୫)। ସେ ‘ଶୁଭମ୍‌ ବାୟୋ ସିଏନ୍‌ଜି ପ୍ରାଇଭେଟ୍‌ ଲିଃ’ର ମାଲିକ ବୋଲି ସୂଚନା ମିଳିଛି। ଗୁରୁବାର ସାରେ ପୋଲିସ ଟିମ୍‌ ଉକ୍ତ ଗେଷ୍ଟ ହାଉସକୁ ଯାଇ ତପନ ରହୁଥିବା ୨୦୨ ନଂ. ରୁମ୍‌ର ତାଲା ଭାଙ୍ଗି ଗଳିତ ମୃତଦେହ ଜବତ କରିଥିଲା। ଶୁକ୍ରବାର କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ତପନଙ୍କ କିପରି ମୃତ୍ୟୁ ହେଲା ସେନେଇ ରହସ୍ୟ ଲାଗି ରହିଛି। ହୃଦ୍‌ଘାତ କିମ୍ବା ଅନ୍ୟ କୌଣସି ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଆଶଙ୍କା କରୁଛି। ଏନେଇ ଗେଷ୍ଟ ହାଉସ୍‌ ମାଲିକଙ୍କ ରିପୋର୍ଟ ଆଧାରରେ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୧୯/୨୦୨୪) ରୁଜୁ କରି ତଦନ୍ତ ଜାରି ରଖିଛି। ତପନଙ୍କ ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ଥାନାଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ତପନ ବିଭିନ୍ନ କାମ ପାଇଁ ଭୁବନେଶ୍ୱର ଗସ୍ତ ସମୟରେ ଅଧିକାଂଶ ସମୟରେ ଉକ୍ତ ଗେଷ୍ଟ ହାଉସରେ ରହୁଥିଲେ। ସେ ଗତ ମଙ୍ଗଳବାର ଏକ ବ୍ୟବସାୟିକ ବୈଠକ ସହ ଅନ୍ୟକିଛି କାମ ପାଇଁ ଭୁବନେଶ୍ୱର ଆସିଥିଲେ। ସେହିଦିନ ହିଁ ସେ ଉକ୍ତ ଗେଷ୍ଟ ହାଉସ୍‌ରେ ରହିଥିଲେ। ତେବେ ବୁଧବାର ରାତିଠୁ ଗୁରୁବାର ମଧ୍ୟାହ୍ନ ପର୍ଯ୍ୟନ୍ତ ତାଙ୍କ ରୁମ୍‌ ବନ୍ଦ ରହିଥିବାରୁ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ଅପରାହ୍ନରେ ରୁମ୍‌ରୁ ଦୁର୍ଗନ୍ଧ ଆସିବାରୁ ଗେଷ୍ଟ ହାଉସ୍‌ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା। ପୋଲିସ ପହଞ୍ଚତ୍ ମୃତକଙ୍କ ସମ୍ପର୍କରେ ଆବଶ୍ୟକ ତଥ୍ୟ ସଂଗ୍ରହ ସହ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲା। ସେମାନେ ପହଞ୍ଚିବା ପରେ ରୁମ୍‌ ତାଲା ଭାଙ୍ଗି ପୋଲିସ ଭିତରେ ପଶିଥିଲା। ତେବେ ତପନଙ୍କ ମୃତଦେହ ଖଟର ଗୋଟିଏ ପାର୍ଶ୍ୱରେ ତଳକୁ ମୁହଁ ମାଡ଼ି ହୋଇ ପଡ଼ିରହିଥିଲା। ନାକ ଓ ପାଟିରୁ ରକ୍ତ ବୋହି ଥିବାବେଳେ ମୃତଦେହଟି ପଚିଯାଇଥିବାରୁ ସେଥିରୁ ପାଣି ବାହାରି ଚାରିଆଡକୁ ବ୍ୟାପି ଯାଇଥିବା ଦେଖିବାକୁ ମିଳିଥିଲା। ସେ କୌଣସି କାରଣରୁ ତଳେ ପଡି ଯିବାରୁ ମୁଣ୍ଡ ମାଡ଼ ହୋଇ ରକ୍ତସ୍ରାବ ହୋଇଥିବା ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri