କେସିଙ୍ଗା, ୫।୮(ତୁମେଶ୍ୱର ସାହୁ) କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ବାଲ୍ମୀକି ଛତ୍ରଙ୍କ ପୁଅ ହରିଶଙ୍କର ଛତ୍ର(୧୫) ଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ହରିଶ୍ଚନ୍ଦ୍ର ଗଳାରେ ରଶି ବାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଅନ୍ୟପଟେ ମୃତ୍ୟୁ ବରଣ କରିଥିବା ନାବାଳକଙ୍କର ମାମୁଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତ। ସେ କହିଛନ୍ତି, ତାଙ୍କ ଭଣଜାଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରେ କେସିଙ୍ଗା ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି। କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।କେସିଙ୍ଗା ଥାନା ୟୁଡି କେସ ନ ୧୧ /୨୦୨୩ ରେ କେସ ରୁଜୁ କରାଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ତଦନ୍ତ ଜାରି ରଖିଛି।