ଜେଲରେ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ ଅଫିସ,୩୦ା୯: ବାଙ୍ଗରସ୍ଥିତ ପୁରୀ ମୁଖ୍ୟ କାରାଗାରରେ ଗୁରୁବାର ଜଣେ କଏଦୀଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ ସତ୍ୟବାଦୀ ଥାନା ବିଶ୍ୱନାଥପୁରର ଶିବପ୍ରସାଦ ଭୋଇ(୪୫)। ହଠାତ୍‌ ଅପରାହ୍ନରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଥିଲା। ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଖବରପାଇ ରାମଚଣ୍ଡୀ ଥାନା ପୋଲିସ ପହଞ୍ଚତ୍ ଶିବଙ୍କ ମୃତଦେହକୁ ଜବତ ପୁରୀ କଲେରା ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ତାଙ୍କ ଘରଲୋକଙ୍କୁ ମଧ୍ୟ ଖବର ଦିଆଯାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବାସ୍ତବରେ ଶିବଙ୍କ ଦେହ ଖରାପ ଥିଲା ନା ସେ ଆତ୍ମହତ୍ୟା କରିଛନ୍ତି, ସେନେଇ ସନ୍ଦେହ କରାଯାଉଛି। ସୂଚନା ଅନୁଯାୟୀ, ଜଣେ ନାବାଳିକାଙ୍କୁ ବଳାତ୍କାର କରିବା ମାମଲାରେ ଜାନୁୟାରୀ ୮ରେ ଶିବ ଜେଲ ଯାଇଥିଲେ। ତାଙ୍କର ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି। ବଳାତ୍କାର ମାମଲାରେ ଜେଲ ଆସିଥିବାରୁ ତାଙ୍କ ଘରଲୋକ ମଧ୍ୟ ପଚାରୁ ନ ଥିଲେ, ଯେଉଁଥିପାଇଁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଜେଲରେ ରହିବା ପରେ ଶିବଙ୍କର ସ୍ପାଇନାଲ କର୍ଡ ସମସ୍ୟା ଦେଖାଯାଇଥିଲା। ତେଣୁ ତାଙ୍କୁ ୩ରୁ ୪ଥର ପୁରୀ ମେଡିକାଲ ମଧ୍ୟ ନିଆଯାଇଥିଲା। ଏଥିପାଇଁ ସେ ନିୟମିତ ଔଷଧ ଖାଉଥିଲେ। ଏ ସମ୍ପର୍କରେ ପୁରୀ ଜେଲର ଅକ୍ଷୟ ଜେନା କହିଛନ୍ତି, ଶିବଙ୍କର ସ୍ପାଇନାଲ କର୍ଡ ସମସ୍ୟାରୁ ଚିକିତ୍ସାଧୀନ ଥିଲେ। ଗୁରୁବାର ହଠାତ୍‌ ଦେହ ଖରାପ ହେବାରୁ ତାଙ୍କୁ ମେଡିକାଲ ନେବାବେଳେ ବାଟରେ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ହଇରାଣ କରୁଛି ପୋଲିସ; ପଦକ୍ଷେପ ନେବାକୁ …

କଟକ,୮୧(କାର୍ତ୍ତିକ ସାହୁ): କେତେଜଣ ପୋଲିସ ଅଧିକାରୀ ଯଥେଷ୍ଟ କାରଣ ନ ଥାଇ ଅଥବା ନିଜ ସ୍ବାର୍ଥ ସାଧନ ପାଇଁ ସାଧାରଣ ଲୋକଙ୍କୁ ହଇରାଣ କରୁଛନ୍ତି। ଏପରିକି...

ରାସ୍ତା କାମ ନ କରି ୮ଲକ୍ଷ ଟଙ୍କା ଉଠାଇନେଇଥିଲେ: ୭ଜଣଙ୍କ ନାଁରେ ଭିଜିଲାନ୍ସରେ ମାମଲା

ଖୋର୍ଦ୍ଧା,୭ା୧(ପ୍ରଭାତ ପାଣିଗ୍ରାହୀ): ବୋଲଗଡ଼ ବ୍ଲକ ଆରିକମା ପଞ୍ଚାୟତ ଅଧୀନ ବେଗୁନିଆମୂଳ ଗ୍ରାମର ଶ୍ମଶାନକୁ ଯିବା ପାଇଁ ରାସ୍ତାର ଉନ୍ନତ୍ତୀକରଣ ପାଇଁ ଆସିଥିବା ୮ଲକ୍ଷ ଟଙ୍କା ହରିଲୁଟ...

ଗଞ୍ଜେଇ ଚାଷରେ ସମ୍ପୃକ୍ତ ୨ ଜେଲ ଗଲେ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର)-ବେଆଇନ ଗଞ୍ଜେଇ ଚାଷରେ ସମ୍ପୃକ୍ତ ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ କାଳିବୋରେଇ ଗାଁର ଇଣ୍ଡମ ବଡ଼ ରଇତ ଏବଂ କେଶବ...

୩ ଧାନମଣ୍ଡି ଉଦ୍‌ଘାଟିତ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡଡୁମୁଳା ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ମଙ୍ଗଳବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ସମବାୟ ସମ୍ପାଦକ ଶେଷକାନ୍ତ...

କଣାସ ବ୍ଲକରେ ଫଳକଭଙ୍ଗା ରାଜନୀତି

କଣାସ,୮ା୧(ବିଭୁତି ଭୂଷଣ ତ୍ରିପାଠୀ):ପୁରୀ ଜିଲା କଣାସ ବ୍ଲକର ନୂଆଜଗନ୍ନାଥ ସଡ଼କ ବାଦୁରାବର ଠାରୁ ବଡ଼ାଲ, ଗୋପୀନାଥପୁର ଦେଇ କରମଳାକୁ ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଜାନୁଆରୀ...

ଭାଜପାର ମିଶ୍ରଣ ପର୍ବ:ଶତାଧିକ ବିଜେଡି ନେତା, କର୍ମୀ ଭାଜପାରେ ସାମିଲ

ବରୀ, ୮ା୧(ମହେନ୍ଦ୍ର ସ୍ବାଇଁ):ଯାଜପୁର ଜିଲା ବରୀ ବିଧାନସଭା ନିର୍ବାଚନମଣ୍ଡଳୀର ଏରବାଙ୍କ ପଞ୍ଚାୟତ ରଘୁନାଥପୁର ପଡ଼ିଆରେ ମଙ୍ଗଳବାର ଭାଜପାର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ନିର୍ବାଚନମଣ୍ଡଳୀର...

ଡିଜିଟାଲ ଆର୍ଟରେ ଶୀତ ମହୋତ୍ସବ ପୋଷ୍ଟର କରି ପ୍ରଂଶସା ସାଉଁଟିଲେ ନିହାର

ଦାରିଙ୍ଗବାଡି,୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ରେ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଆସନ୍ତା ୧୧ ରୁ ୧୩ ପର୍ଯ୍ୟନ୍ତ ଏହି ମହୋତ୍ସବ ହେବାକୁ ରହିଥିବା...

ମୀନାବଜାର ପଡ଼ିଆରେ ଧନୁଯାତ୍ରା ଏନ୍‌ଫୋର୍ସମେଣ୍ଟ କମିଟିର ଚଢ଼ାଉ

ମଥୁରାନଗରୀ,୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଧନୁଯାତ୍ରା ମହୋତ୍ସବ ସମିତିର ଏନ୍‌ଫୋର୍ସମେଣ୍ଟ କମିଟିର ଏକ ପ୍ରତନିଧି ଦଳ ମଙ୍ଗଳବାର ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଲାଗିଥିବା ମୀନାବଜାର ଏବଂ ପାର୍ଶ୍ୱବର୍ତ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri