Posted inଆମ ଜିଲା ଖବର, କେନ୍ଦୁଝର, ରାଜ୍ୟ
ଛାତ୍ରୀ ନିବାସରେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, ଅଧରାତିରେ ପାଟିରୁ ଫେଣ ନାକରୁ ବାହାରିଲା ରକ୍ତ
ପାଟଣା,୨୦।୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ପଲାଣାଘାଟି ସରକାରୀ ଉଚ୍ଚ ବିଦ୍ୟାଳୟର ୧୦୦ସଂଖ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସୋମବାର ବିଳମ୍ବିତ ରାତିରେ ସନ୍ଦେହ ଜନକ ମୃତ୍ୟୁ ଘଟିଛି।
ମୃତ ଛାତ୍ରୀଜଣକ ହେଲେ କାଳିଘାଇ ଗ୍ରାମର କାର୍ତ୍ତିକ ନାୟକଙ୍କ ଝିଅ ପ୍ରିୟଦର୍ଶନୀ ନାୟକ। ସେ ପଲାଣଘାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଉଚ୍ଚ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ରହୁଥିଲେ। ବିଳମ୍ବିତ ରାତିରେ ହଠାତ ବାନ୍ତି ହେବା ପରେ ଅସୁସ୍ଥ ଅନୁଭ କରିଥିଲେ । ଛାତ୍ରୀଙ୍କ ମୁହଁରୁ ଫେଣ ଓ ନାକରୁ ରକ୍ତ ବାହାରୁଥିବାରୁ ସ୍କୁଲ କର୍ତ୍ତୃପକ୍ଷ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁର ପ୍ରକୃତ କାରଣ ଜଣା ପଡି ନ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ କାରଣ ଜଣାପଡିବ ବୋଲି ପୋଲିସ କହିଛି।