ପୁଣି ଦନ୍ତାହାତୀର ସନ୍ଦେହଜନକ ମୃତ୍ୟୁ

ବଣାଇଁ,୧୦।୯(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବାଙ୍କୀ ବନାଞ୍ଚଳ ଟୁଁଗୁରି ଜଙ୍ଗଲରେ ଶନିବାର ପୁଣି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଅଞ୍ଚଳବାସୀଙ୍କ ନିକଟରୁ ଖବର ପାଇ ବନ ବିଭାଗ ଅଧିକାରୀଙ୍କ ସହ ଏକ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ହାତୀଟି ମରିଛି ତାହା ଜଣାପଡ଼ିନାହିଁ। ଏପରି କି ବନ ବିଭାଗ ପକ୍ଷରୁ ମଧ୍ୟ ହାତୀ ମୃତ୍ୟୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଫଳରେ ହାତୀ ମୃତ୍ୟୁ ନେଇ ସନ୍ଦେହ ସୃଷ୍ଟି ହୋଇଛି l ଏବେ ଘଟଣାସ୍ଥଳରେ ରାଉରକେଲା ଆଞ୍ଚଳିକ ବନ ସଂରକ୍ଷକ ଅରୁଣ ମିଶ୍ରଙ୍କ ସହ ବନ ବିଭାଗ ଅଧିକାରୀ, ପଶୁ ଚିକିତ୍ସା ଅଧିକାରୀ ପହଁଚି ତଦନ୍ତ ଚଳାଇଛନ୍ତି। ଅନ୍ୟପକ୍ଷେ ହାତୀର ବ୍ୟବଚ୍ଛେଦ ପରେ ପୋତି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Share