କିନ୍ନରଙ୍କ ସନ୍ଦେହଜନକ ମୃତ୍ୟୁ: ଜେଲ ଗଲେ ପୁରୁଷବନ୍ଧୁ, ଥାନା ଘେରାଉ କଲେ କିନ୍ନର ସଂଘ  

ଦିଗପହଣ୍ଡି,୧୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମର ବୁଲୁ ବିଷୋୟୀଙ୍କ ଘରୁ ଗତ ଶନିବାର ସକାଳେ ଦିଗପହଣ୍ଡି ସ୍ଥିତ ମା’ ଗୌରୀ ଶଙ୍କର ଦଣ୍ଡକାଳୀ ନାଟ୍ୟ ସଂସ୍ଥା ରେ ନୃତ୍ୟ ପରିବେଷଣ କରୁଥିବା କୋଟିନଡା ଗ୍ରାମର କିନ୍ନର ଅଜିତ ବିଷୋୟୀ ଓରଫ ଅର୍ଚ୍ଚିତା ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର  ପର୍ଦ୍ଦାଫାଶ କରିଛି ଦିଗପହଣ୍ଡି ପୋଲିସ।

ଏହି ଘଟଣାରେ ପୋଲିସ ଦିଗପହଣ୍ଡି-ଚିକିଟି ରୋଡର କାଳିଆ ନଗରରେ ରହୁଥିବା ଅଜିତଙ୍କ ପୁରୁଷ ବନ୍ଧୁ ଉମେଶ ମହାଙ୍କୁଡ ଓରଫ ବବୁଲଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଥାନା ମାମଲା ନଂ.୧୪୧/୨୫ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ପୁରୁଷ ବନ୍ଧୁ ବବୁଲ କିନ୍ନର ଅଜିତଙ୍କୁ ମାନସିକ ଯନ୍ତ୍ରଣା ଓ ମାରପିଟ କରିବାରୁ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଆଇଆଇସି ପ୍ରଶାନ୍ତ କୁମାର ପାତ୍ର କହିଛନ୍ତି।

ଅଭିଯୁକ୍ତ ବବୁଲ ଓ କିନ୍ନର ଅଜିତ ଉଭୟେ ଦଣ୍ଡନାଚରେ ଗତ ୨୦୨୧ ରୁ ଅଭିନୟ କରୁଥିବା ବେଳେ ସେମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ସ୍ବାମୀ – ସ୍ତ୍ରୀ ଭଳି ଉଭୟେ ବ୍ରହ୍ମପୁର  ଗାନ୍ଧୀ ନଗର – ୧୦ ରେ ଥିବା ଏକ ଭଡା ଘରେ ଉଭୟେ ରହୁଥିଲେ। ଉଭୟଙ୍କ ଆର୍ଥିକ ସ୍ଥିତି ଶୋଚନୀୟ ରହିଥିଲେ ମଧ୍ୟ ଅଭିଯୁକ୍ତ ଜଣକ ବିଭିନ୍ନ ସମୟରେ ଅଜିତଙ୍କୁ ଟଙ୍କା ମାଗୁଥିଲେ। ଅଜିତ ଟଙ୍କା ଯୋଗାଡ କରି ଦେଉଥିଲେ ମଧ୍ୟ ବବୁଲ ସନ୍ତୁଷ୍ଟ ନ ହୋଇ ବିଭିନ୍ନ ସମୟରେ ତାଙ୍କୁ ମାରପିଟ୍ କରିବା ସହ ମାନସିକ ଯନ୍ତ୍ରଣା ଦେଇ ଆସୁଥିଲେ ।

ଗତ ଗୁରୁବାର ଅଜିତ କନିଷି ଗାଁ ରେ ନାଟକ ପରିବେଷଣ ପରେ ବିଶ୍ରାମ ନେଉଥିବା ସମୟରେ ସନ୍ଧ୍ଯାରେ  ବବୁଲ ସେଠାରେ ପହଞ୍ଚି ତାଙ୍କ ସହ ଯୁକ୍ତିତର୍କ କରିବା ସହ ସହକର୍ମୀ ସମ୍ମୁଖରେ  ମାଡ଼ ମାରିଥିଲେ। ଘଟଣା ପରଠାରୁ ସେ ଚାପଗସ୍ତ ରହୁଥିଲେ। ଘଟଣାର ପରଦିନ ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମରେ ଦଣ୍ଡନାଚ ଆୟୋଜିତ ହୋଇଥିଲା । ମଧ୍ୟାହ୍ନରେ ଅର୍ଚ୍ଚିତା ଅନ୍ଯ ସହକର୍ମୀଙ୍କ ସହ ଦଣ୍ଡନାଚରେ ନିଜର ନୃତ୍ୟ ପ୍ରଦର୍ଶନ କରିବା ପରେ ବିଶ୍ରାମ ନିମନ୍ତେ ଦିଆଯାଇଥିବା ଘରକୁ ଯାଇଥିଲେ ।

ସନ୍ଧ୍ଯା ଆଳତି ଓ ରାତିରେ ମାଙ୍କ ପ୍ରସାଦ ସେବନ ନିମନ୍ତେ ସହକର୍ମୀ ମାନେ ଅର୍ଚ୍ଚିତାଙ୍କୁ ଡାକି ଥିଲେ ମଧ୍ୟ ଅଜିତ ମନ ଦୁଃଖ ରେ ତାଙ୍କ ଦେହ ଖରାପ ଥିବା କହି ଯାଇନଥିଲେ । ତେବେ ସକାଳୁ ଘର ମାଲିକ ସାଇକେଲ ନେବାକୁ ଘରକୁ ଆସିଥିବା ବେଳେ ଘର କବାଟ ଖୋଲା ରହିଥିଲା । ଘର ଭିତରକୁ ଯାଇ ଦେଖିବା ବେଳେ  ଅଜିତ ବେକରେ ଓଢ଼ଣୀ ବାନ୍ଧି  ଆତ୍ମହତ୍ୟା କରିଥିବା ଦେଖିଥିଲେ ।

ଖବର ପାଇ ଦିଗପହଣ୍ଡି ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥିଲେ । ପରେ ଦଣ୍ଡନାଚ  ମ୍ୟାନେଜର ପ୍ରଫୁଲ୍ଲ ପାଣିଗ୍ରାହୀ ଓ ଅଜିତ ଙ୍କ ବାପା ସରୋଜ ବିଷୋୟୀ ପୃଥକ ଏତଲା ଦେଇଥିଲେ । ଅପରପକ୍ଷରେ ଅଜିତଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିବା ବବୁଲ ଏବଂ ତାଙ୍କ ପରିବାର ନିକଟରୁ ଟଙ୍କା ଆଦାୟ କରାଯିବା ଏବଂ କ୍ଷତିପୂରଣ ଦାବିରେ କିନ୍ନର ସଂଘର ବହୁ ସଂଖ୍ୟକ ସଦସ୍ୟ ଏବଂ କୋଟିନଡ଼ା ଗ୍ରାମର କିଛି ବ୍ୟକ୍ତି ସନ୍ଧ୍ୟାରେ ଦିଗପହଣ୍ଡି ଥାନା ଘେରାଉ କରିଥିଲେ।ପୋଲିସ ବୁଝାସୁଝା କରିବା ପରେ ସେମାନେ ଫେରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri