ଚିନାଯୁରୀ ରାଇସ ମିଲ୍‌ରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଡୁଙ୍ଗୁରିପାଲ,୭।୯ (ଦୀନବନ୍ଧୁ ସୁନା) ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ଚିନାଯୁରୀ ଜାତୀୟ ରାଜପଥ ଗ୍ରାମପଞ୍ଚାୟତ ନିକଟରେ ଥିବା ଶିଭମ଼ ପ୍ରେଡି ପ୍ରୋସେସିଙ୍ଗ ରାଇସ ମିଲ
ଭିତରେ କାର୍ଯ୍ୟରତ ମେସିନ ଅପରେଟିଂ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଘଟଣାକୁ ନେଇ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି ।
ସୂଚନାଯୋଗ୍ୟ, ଚିନାଯୁରୀ ଜାତୀୟ ରାଜପଥ ପାଶର୍‌ବରେ ଥିବା ହାଇସ୍କୁଲ ଓ ଗ୍ରାମପଞ୍ଚାୟତ ନିକଟରେ ଶିଭମ଼ ପେଡି ପ୍ରୋସେସିଙ୍ଗ ରାଇସ ମିଲ ରହିଛି । ଗତକାଲି ମଙ୍ଗଲବାର ଅପରାହ୍ନ ୪ଟା ସମୟରେ ରାମପୁର ନାଇକେଇନପାଲି ଶଙ୍କର ଟିକ୍ରାର ଅଶିନୀ ଖର୍ସେଲ (୨୫) ମିଲ ଭିତରେ କାମ କରୁଥିବା ବେଲେ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ରାଇସ ମିଲ ମାଲିକ ଡ଼ୁଙ୍ଗୁରିପାଲି ପୋଲିସ ଓ ଅଶିନୀଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଘଟଣା ସ୍ଥଳକୁ ଡୁଙ୍ଗୁରିପାଲି ଏସଆଇ ଟଙ୍କାଧର ଛତ୍ରିଆ ଓ ଟିମ୍‌ ରାତି ୭ଟା ସମୟରେ ପହଞ୍ଚିଥିଲେ। ମିଲ ଭିତରେ ଥିବା କମ୍ପ୍ରେଶର ତଳେ ପଡିଥିବା ଦେଖିଥିଲେ। ଏନେଇ ଅଶିନୀଙ୍କ ମୃତ୍ୟୁ ଘଟିଥିବା ନେଇ ଡୁଙ୍ଗୁରିପାଲି ଥାନାରେ ଅଶିନୀଙ୍କ ବାପା କସ୍ତୁଭ ଖର୍ସେଲ ଲିଖିତ ଅଭିଯୋଗ କରିଥିଲେ। ରାତିସାରା ମିଲ ଭିତରେ ଅଶିନୀଙ୍କର ମୃତ ଦେହ ପଡିରହିଥିଲା । ପୋଲିସ ମଧ୍ୟ ରାତିରେ ଜଗି ରହିଥିଲା । ସ୍ଥାନୀୟ ଲୋକେ ଖବର ପାଇ ଗେଟ ସମ୍ମୁଖରେ ରହିଥିଲେ।

ଅଶିନୀ ଖର୍ସେଲ ମିଲର ଜଣେ ମେସିନ ଅପରେଟର ଭାବରେ କାର୍ଯ୍ୟ କରିଆସୁଥିଲେ । ତାଙ୍କ ମୃତ୍ୟୁକୁ ନେଇ ମିଲ ମାଲିକ ବିଲମୱରେ ପୋଲିସକୁ ସୂଚନା ଦେବା ଓ ପରିବାର ଲୋକଙ୍କୁ ଖବର ଦେବା ଜନସାଧାରଣରେ ସନ୍ଦେହ ଦେଖାଦେଇଛି। ଅଶିନୀଙ୍କୁ ତୁରନ୍ତ ସ୍ଥାନୀୟ ଡୁଙ୍ଗୁରିପାଲି ହସ୍ପିଟାଲକୁ ନିଆଯାଇ ନ ଥିଲା କି ମୃତ ଘୋଷଣା ମଧ୍ୟ କରାଯାଇ ନ ଥିଲା । ଅଶିନୀର ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା । ଡୁଙ୍ଗୁରିପାଲି ହସ୍ପିଟାଲକୁ ନଆଣି ପୋଲିସ ବିନିକାକୁ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଥିବାରୁ ଜନ ସାଧାରଣଙ୍କ ସନ୍ଦେହ ଦେଖାଯାଉଛି l ମିଲରେ ଶ୍ରମିକମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଠିକ ନାହିଁ । ଏସମ୍ପର୍କରେ ରାଇସ ମିଲ ମାଲିକ ସୀତାରାମ ମେହେର (ଚକା)ଙ୍କୁ ପଚାରିବାରୁ ଅଶିନୀ ବୋଧହୁଏ ମଦ୍ୟପାନ କରି ମୃତ୍ୟୁ ଘଟିଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ଡୁଙ୍ଗୁରିପାଲି ପୋଲିସ ଏସଆଇ ଟଙ୍କଧର ଛତ୍ରିଆଙ୍କୁ ପଚାରିବାରୁ ମିଲ ମାଲିକ ଖବର ଦେବାରୁ ଘଟଣା ସ୍ଥଳରେ ପହଞ୍ଚି କମ୍ପ୍ରେଶର ତଳେ ପଡିଥିବା ଦେଖିବାକୁ ପାଇଥିଳୁ ପ୍ରକାଶ କରିଥିଲେ।
ମୃତ ଦେହ ଜବତ କରି ବୁଧବାର କେଶ ନଂ ୮/୨୦୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିଲା। ସକାଳ ୮ଟା ସମୟରେ ପଞ୍ଚ ନାମା କରି ବିନିକାରୁ ମୃତଦେହ ବ୍ୟବଚ୍ଛେଦ କରି ଆଣିଲା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବର୍ତ୍ତମାନ ଅଶିନୀର ମୁତ୍ୟୁର କାରଣ ଅସ୍ପଷ୍ଟ ପୋଷ୍ଟମର୍ଟନ ରିପୋର୍ଟ ଆସିଲା ପରେ ଜଣାପଡିବ। ତଦନ୍ତ ଜାରି ରହିଥିବା ଥାନା ଏସଆଇ ଛତ୍ରିଆ ପ୍ରକାଶ କରିଛନ୍ତି।