Categories: ଜାତୀୟ

ଏଲ୍‌ଓସିରେ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁ: ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି

ଶ୍ରୀନଗର,୨୨।୧୧: ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖା(ଏଲ୍‌ଓସି)ରେ ଉତ୍ତେଜନା କମିବାର ନା ଧରୁନି। ପାକିସ୍ତାନ ପକ୍ଷରୁ ଏଠାରେ ଜାଣିଶୁଣି ଅନୁପ୍ରବେଶ ଉଦ୍ୟମ କରାଯାଉଛି। ରବିବାର ସକାଳେ ପୁଞ୍ଚ୍‌ ଜିଲାର ମେଣ୍ଢର ସେକ୍ଟରରେ ସୀମାପାରରୁ ଏକ ଉଡ଼ନ୍ତା ସନ୍ଦିଗ୍ଧ ବସ୍ତୁ ଉଡ଼ିବୁଲୁଥିବା ଦେଖିବାକୁ ମିଳିଛି। ଘନ କୁହୁଡ଼ି ଯୋଗୁ ଏହାକୁ ଭଲଭାବେ ଚିହ୍ନଟ କରିବା ସମ୍ଭବ ହେଉ ନ ଥିଲେ ମଧ୍ୟ ଏହା ଏକ ଡ୍ରୋନ୍‌ ବୋଲି ଅନୁମାନ କରାଯାଉଛି। ଏନେଇ ବିଏସ୍‌ଏଫ୍‌ ପକ୍ଷରୁ ଆଲର୍ଟ ଜାରି କରାଯାଇଛି। ଭାରତୀୟ ସେନା ପକ୍ଷରୁ ଉଡ଼ିବୁଲୁଥିବା ବସ୍ତୁକୁ ଲକ୍ଷ୍ୟ କରି ଫାୟାରିଂ ମଧ୍ୟ କରାଯାଇଛି। କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଏନେଇ ତନାଘନା ଆରମ୍ଭ ହୋଇଥିବା ଏସ୍‌ଡ଼ିପିଓ ଜେଡ୍‌.ଏ. ଜାଫରି ସୂଚନା ଦେଇଛନ୍ତି।

Share