ଆର୍ୟନ ଜଣେ ଭଲ ପିଲା, କେବଳ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲେ: ସୁଜୈନ

ବମ୍ବେ: ଡ୍ରଗ୍ସ ମାମଲାରେ ଛନ୍ଦି ହୋଇଛନ୍ତି ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ। ଏନ୍‌ସିବି ତାଙ୍କୁ ଗିରଫ କରିବା ପରେ ଜଣଙ୍କ ପରେ ଜଣେ ବଲିଉଡ୍‌ କଳାକାର ଆଗକୁ ଆସି ଆର୍ୟନଙ୍କୁ ସମର୍ଥନ କରୁଛନ୍ତି। ପ୍ରଥମେ ସୁନୀଲ ସେଟ୍ଟୀ,ପୂଜା ଭଟ୍ଟଙ୍କ ପରେ ଏବେ ହ୍ରିତିକ୍‌ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍‌ ମଧ୍ୟ କିଙ୍ଗ୍‌ ଖାନଙ୍କ ପୁଅଙ୍କୁ ସମର୍ଥନ କରିଛନ୍ତି।

ସୋସିଆଲ ମିଡିଆରେ ଏକ କମେଣ୍ଟରେ ପ୍ରତିକ୍ରିୟା ରଖି ସୁଜୈନ କହିଛନ୍ତି, ମୁଁ ଭାବୁଛି ଏହା ଆର୍ୟନଙ୍କ ବିଷୟରେ ନୁହେଁ। ଦୁର୍ଭାଗ୍ୟବଶତଃ ସେ ଭୁଲ ସମୟରେ ଭୁଲ ସ୍ଥାନରେ ଥିଲା। ବଲିଉଡ୍‌ ଲୋକଙ୍କ କିଭଳି ‘ଓ୍ବିଚ୍‌ ହଣ୍ଟ’ କରାଯାଏ, ଏହି ଘଟଣାକୁ ଉଦାହରଣ ଭାବେ ନେଲେ ଜାଣିପାରିବ। ଏହା ବହୁତ ଦୁଃଖଦାୟକ। ଏହା ଠିକ୍‌ ମଧ୍ୟ ନୁହେଁ। ଆର୍ୟନ ଜଣେ ଭଲ ପିଲା। ଏହି ଘଟଣାରେ ସେ ଶାହରୁଖ ଏବଂ ଗୌରୀଙ୍କ ସହ ଥିବା ସୁଜୈନ କହିଛନ୍ତି।

କହିରଖୁଛୁ, ସୁଜୈନ ଏବଂ ଗୌରୀ ପରସ୍ପରର ଭଲ ବନ୍ଧୁ। ଉଭୟ ଅନେକ ସମୟରେ ବଲିଉଡ୍‌ ପାର୍ଟିରେ ନଜର ଆସିଥାନ୍ତି। କେବଳ ଏତିକି ନୁହେଁ ଉଭୟ ଇଣ୍ଟିରିୟର ଡିଜାଇନର ମଧ୍ୟ। ଉଭୟ ବ୍ୟବସାୟରେ ସହଭାଗିତା ମଧ୍ୟ ରହିଛି।

Share