ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ ପ୍ରେମ ଚାଲୁଥିବା ବେଳେ ଏବେ ସେମାନେ ଖୋଲାଖୋଲି ଭାବେ ସମ୍ପର୍କକୁ ସ୍ବୀକାର କରିଛନ୍ତି। ଏପରିକି ଦୁହେଁ ଖୁବ୍‌ଶୀଘ୍ର ହାତକୁ ଦୁଇହାତ ହେବାକୁ ଯୋଜନା କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

ସୁଜୈନ ଦ୍ୱିତୀୟ ବିବାହ କରିବେ। ଏଣୁ ସେ ବେଶ ଗମ୍ଭୀରତାର ସହ ପରିସ୍ଥିତି ବିଷୟରେ ବିଚାର କରିଛନ୍ତି। ଯଦି ସେ ବିବାହ କରନ୍ତି ତେବେ ଏହା ଗୋପନୀୟ ହେବ। କେବଳ ପରିବାର ଏବଂ ସମ୍ପର୍କୀୟମାନେ ଏଥିରେ ଯୋଗ ଦେବେ। ଭବ୍ୟ ସମାରୋହ ନହୋଇ ସାଧାରଣ ଭାବେ ବିବାହ ଅନୁଷ୍ଠିତ ହେବ। ଅପରପକ୍ଷେ ହ୍ରିତିକ ମଧ୍ୟ ପ୍ରେମିକା ସବା ଆଜାଦଙ୍କୁ ବିବାହ କରିବାକୁ ଯୋଜନା କରୁଥିବା କୁହାଯାଉଛି। ସମୟ ନିର୍ଦ୍ଧାରିତ ହୋଇ ନ ଥିଲେ ହେଁ ଆଗାମୀ ଦିନରେ ତାହା ନିହାତି ଭାବେ ସ୍ପଷ୍ଟ ହୋଇଯିବ ବୋଲି କହିପାରିବା।

Share