ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାନ୍ ପେସାରେ ଜଣେ ଇଣ୍ଟେରିୟର ଡିଜାଇନର। ସେ ଏବେ ବାନ୍ଦ୍ରା ପୋଲିସ ଷ୍ଟେଶନକୁ ନୂଆ ରୂପ ଦେବାରେ ଲାଗିପଡ଼ିଛନ୍ତି। ଶନିବାର ତାଙ୍କୁ ଷ୍ଟେଶନ ବାହାରେ ଦେଖାଯାଇଥିଲା। ସୁଜୈନଙ୍କ ସହ ତାଙ୍କ ପୁରା ଟିମ୍ ମଧ୍ୟ ଥିଲା।
କିଛି ଦିନ ଧରି ଡ୍ରଗ୍ସ ମାମଲାକୁ ନେଇ ଖୋଳତାଡ଼ ଚାଲିଥିବାରୁ ପୋଲିସ ଅନେକ ଅଭିନେତା ତଥା ଅଭିନେତ୍ରୀଙ୍କୁ ସମନ କରୁଛି। ଏପରିସ୍ଥଳେ ହଠାତ ସୁଜୈନଙ୍କୁ ପୋଲିସ ଷ୍ଟେଶନ ବାହାରେ ଦେଖି ସମସ୍ତେ ରହସ୍ୟ କ’ଣ ବୋଲି ଖୋଳତାଡ଼ କରିଥିଲେ। ହେଲେ ସୁଜୈନ କାମରେ ପୋଲିସ ଷ୍ଟେଶନ ଆସିଥିବା ଜଣାପଡ଼ିଥିଲା। କାଜୁଆଲ ଆଉଟ୍ଫିଟ୍ରେ ତାଙ୍କ ଲୁକ୍ ବେଶ୍ ଭଲ ଲାଗୁଥିଲା। କ୍ୟାମେରାକୁ ଦେଖି ସେ ହସିହସି ପୋଜ୍ ମଧ୍ୟ ଦେଇଥିଲେ।
ନିକଟରେ ସୁଜୈନ ନିଜ ଘରକୁ ମଧ୍ୟ ସଜାଇଛନ୍ତି। ମୁମ୍ବାଇର ଜୁହୁରେ ଥିବା ଆପାର୍ଟମେଣ୍ଟକୁ ସେ ନୂଆ ରୂପ ଦେଇଥିବା ନେଇ ଏକାଧିକ ଫଟୋ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି।