Categories: ବାଣିଜ୍ୟ

ଟିପିସିଓଡିଏଲ୍‌ ପକ୍ଷରୁ ସଷ୍ଟେନ୍‌ବିଲିଟି ମାସ ପାଳିତ

ଭୁବନେଶ୍ୱର,୧୨।୭: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ନିକଟରେ ସଷ୍ଟେନ୍‌ବିଲିଟି ମାସ-୨୦୨୩ ପାଳିତ ହୋଇଯାଇଛି। ବିଶେଷକରି ଭୁବନେଶ୍ୱରଠାରେ ଉକ୍ତ କାର୍ଯ୍ୟକ୍ରମର ସମାପନ ଉତ୍ସବ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇ ସଷ୍ଟେନ୍‌ବିଲିଟି ମାସରେ କର୍ମଚାରୀମାନଙ୍କ ଅବଦାନକୁ ଉଚ୍ଚ ପ୍ରଶଂସା କରିବା ସହ ସ୍ବୀକୃତି ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରବିନ୍ଦ ସିଂହ କହିଛନ୍ତି, ପ୍ଲାଷ୍ଟିକ୍‌ ପ୍ରଦୂଷଣର ମୁକାବିଲା ପାଇଁ ସଷ୍ଟେନ୍‌ବଲ୍‌ ସମାଧାନ ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ରେ ଆମେ ପ୍ରତିବଦ୍ଧ ରହିଛୁ। ଏପରିକି ଟାଟା ସଷ୍ଟେନ୍‌ବିଲିଟି ମାସରେ ଅଂଶଗ୍ରହଣ କରି ଆମେ ସଷ୍ଟେନ୍‌ବିଲିଟିର ଏକ ସଂସ୍କୃତି ସୃଷ୍ଟି କରିବାରେ ସକ୍ଷମ ହୋଇଛୁ ଏବଂ ଆମର ସଂରକ୍ଷଣ ଲାଗି ସ୍ମାର୍ଟ ସମାଧାନ ଗ୍ରହଣ କରିବାରେ ଆମ ଉଦ୍ୟମ ସହାୟକ ହେବ।
ଅପରପକ୍ଷରେ ମାସବ୍ୟାପୀ ପାଳନ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ଟିପିସିଓଡିଏଲ୍‌ର ବିଭିନ୍ନ କାର୍ଯ୍ୟାଳୟ ଯଥା କର୍ପୋରେଟ୍‌ କାର୍ଯ୍ୟାଳୟ, ମାର୍ଶାଘାଇ, ବିଇଡି, ନିମାପଡ଼ା, ପାରାଦୀପ ଓ ଜଗତ୍‌ସିଂହପୁରର ଡିଭିଜନ କାର୍ଯ୍ୟାଳୟ ଏବଂ କଟକ ଓ ଢେଙ୍କାନାଳର ସର୍କଲ କାର୍ଯ୍ୟାଳୟରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।
ସୂଚନାଯୋଗ୍ୟ, ପ୍ରତି ବର୍ଷ ଟାଟା ସଷ୍ଟେନ୍‌ବିଲିଟି ଗ୍ରୁପ୍‌ ପକ୍ଷରୁ ଆୟୋଜନ କରାଯାଉଥିବା ଉକ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି, ପରିବେଶ ଉପରେ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ଲାଗି ପରସ୍ପର ଏକଜୁଟ ହୋଇ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା। ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ପ୍ଲାଷ୍ଟିକ୍‌ ପ୍ରଦୂଷଣ ପାଇଁ ସ୍ମାର୍ଟ ସମାଧାନ’।

Share