Categories: ଜାତୀୟ

ଆନ୍ଦୋଳନକାରୀ କୃଷକଙ୍କ ପାଇଁ ସ୍ଥାୟୀ ଘର ନିର୍ମାଣ

ନୂଆଦିଲ୍ଲୀ,୧୩।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ଆନ୍ଦୋଳନ ଜାରି ରହିଛି। ଆନ୍ଦୋଳନ ଦୀର୍ଘ ଦିନ ଧରି ହେବାର ସମ୍ଭାବନା ଥିବାରୁ ଏବେ ଦିଲ୍ଲୀ ସୀମାରେ ଆନ୍ଦୋଳନକାରୀ କୃଷକଙ୍କ ପାଇଁ ଇଟା-ସିମେଣ୍ଟରେ ସ୍ଥାୟୀ ଘର ନିର୍ମାଣ କରାଯାଉଛି। ଇତିମଧ୍ୟରେ ୨୫ଟି ଘରର ନିର୍ମାଣ କାର୍ଯ୍ୟ ସରିଛି। ଆଗାମୀ ଦିନରେ ହଜାରେରୁ ୨ ହଜାର ଘର ନିର୍ମାଣ କରାଯିବ ବୋଲି କିଷାନ ସୋସିଆଲ ଆର୍ମିର ସଦସ୍ୟ ଅନୀଲ ମଲିକ୍‌ ସୂଚନା ଦେଇଛନ୍ତି। ଖରାଦିନକୁ ଦୃଷ୍ଟିରେ ରଖି ଘରେ ଫ୍ୟାନ୍‌ ଏବଂ କୁଲର ଲଗାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଥିବା ସେ କହିଛନ୍ତି।

Share