Categories: ଖେଳ

ଟେବୁଲ ଟେନିସ ଡବଲ୍ସରେ ପ୍ରଥମଥର ଦେଶ ପାଇଁ ପଦକ ଆଣିଲେ ସୂତିର୍ଥା-ଅହିକା

ହାଙ୍ଗଝୋ,୨।୧୦: ଚାଇନାରେ ଚାଲିଥିବା ଏସିଆନ ଗେମ୍ସର ଆଜି ନବମ ଦିନ। ଭାରତୀୟ ଖେଳାଳିମାନେ ୩ଟି ପଦକ ଜିତିସାରିଛନ୍ତି। ଆଜି ଭାରତୀୟ ମହିଳା ଟେବୁଲ ଟେନିସ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ଏସୀୟ ଗେମ୍ସରେ ଟେବୁଲ ଟେନିସରେ ମହିଳା ଡବଲ୍ସରେ ଭାରତ ପ୍ରଥମ ଥର ପାଇଁ ପଦକ ପାଇଛି। ଭାରତ ପାଇଁ ସୂତିର୍ଥା ମୁଖାର୍ଜୀ ଏବଂ ଅହିକା ମୁଖାର୍ଜୀ ପଦକ ଜିତିଥିଲେ। ଉଭୟଙ୍କୁ ସେମିଫାଇନାଲରେ ୩-୪ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହି ପରାଜୟ ସହିତ ଭାରତୀୟ ଯୋଡିଙ୍କୁ ବ୍ରୋଞ୍ଜ ପଦକ ସହ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ପ୍ରତିଯୋଗିତାରେ ଭାରତ ପ୍ରଥମ ଦିନରେ ପାଞ୍ଚଟି, ଦ୍ୱିତୀୟ ଦିନରେ ୬ଟି, ତୃତୀୟ ଦିନରେ ତିନୋଟି, ଚତୁର୍ଥ ଦିନରେ ଆଠଟି, ପଞ୍ଚମ ଦିନରେ ତିନିଟି, ଷଷ୍ଠ ଦିନରେ ଆଠଟି, ସପ୍ତମ ଦିନରେ ୫ଟି ଏବଂ ଅଷ୍ଟମ ଦିନ ୧୫ଟି ପଦକ ପାଇଛି। ଏହାସହ ୧୩ ସ୍ବର୍ଣ୍ଣ, ରୌପ୍ୟ ୨୧, ବ୍ରୋଞ୍ଜ ୨୨ ଭାରତର ମୋଟ ପଦକ ସଂଖ୍ୟା ୫୬ରେ ପହଞ୍ଚିଛି।

Share