Categories: ବାଣିଜ୍ୟ

ସୂତାର ଏକ୍ସକ୍ଲୁସିଭ ରିଟେଲ ଆଉଟ୍‌ଲେଟ୍‌

ନୂଆଦିଲ୍ଲୀ,୪।୧୦: ହୋମ୍‌-ଗ୍ରାଉନ ଆର୍ଟିସ୍‌ନାଲ ବ୍ରାଣ୍ଡ୍‌ ସୂତା’ର ନୂତନ ଏକ୍ସକ୍ଲୁସିଭ ରିଟେଲ ଆଉଟ୍‌ଲେଟ (ଷ୍ଟୋର) ଭୁବନେଶ୍ୱରର ସାମନ୍ତବିହାର ଗଜପତିନଗରଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି।
ଏ ସମ୍ପର୍କରେ ସୂତା’ର ସହପ୍ରତିଷ୍ଠାତା ସୁଜାତା ବିଶ୍ୱାସ କହିଛନ୍ତି, ଆମେ ଏକ ଶାଢ଼ି ସହିତ ଆମର ଗ୍ରାହକଙ୍କ ପ୍ରଥମ ଅନୁଭୂତିର ସ୍ମୃତିକୁ ପୁଣିଥରେ ଉଜ୍ଜୀବିତ କରିବା ପାଇଁ ପାରମ୍ପରିକ ଫ୍ୟାବ୍ରିକ୍‌ର ବ୍ୟବହାର କରିଛୁ। ଏହି ଷ୍ଟୋର ସ୍ପେଶ୍‌ ଟେକ୍ସଚର ଓ କଲ୍‌ରର ଏକ ସ୍ବତନ୍ତ୍ର ମିଶ୍ରଣକୁ ପ୍ରଦର୍ଶିତ କରୁଛି ଏବଂ ଆମେ ବ୍ୟବହାର କରିଥିବା ସାମଗ୍ରୀଗୁଡିକର ଅନ୍ତର୍ନିହିତ ଗୁଣବତ୍ତା ଓ ବୈଶିଷ୍ଟ୍ୟତାକୁ ବଜାୟ ରଖିବା ଲାଗି ପ୍ରୟାସ କରାଯାଇଛି। ସେହିଭଳି ସୂତାର ସହ ପ୍ରତିଷ୍ଠାତା ତାନିୟା ବିଶ୍ୱାସ କହିଛନ୍ତି, ଏଠାରେ ବ୍ରାଣ୍ଡ୍‌ର ବେଷ୍ଟ-ସେଲିଙ୍ଗ୍‌ ଡିଜାଇନଗୁଡିକ ବ୍ୟତୀତ ଉକ୍ତ ଷ୍ଟୋର୍‌ରେ ସୂତାର ସଦ୍ୟତମ ଫେଷ୍ଟିଭ୍‌ କଲେକ୍ସନଗୁଡିକ ମଧ୍ୟ ସାମିଲ ରହିବ। ଯେଉଁଥିରେ ଦେଶର ବିଭିନ୍ନ ଅଂଶରୁ ବୁଣାକାରମାନଙ୍କ କାରିଗରି ଆଦି ସାମିଲ ରହିଛି।
ଅପରପକ୍ଷରେ ସୂତାର ୱେବ୍‌ସାଇଟ୍‌ ଓ ଆପ୍‌ରେ ଉପଲବ୍ଧ ହେଉନଥିବା ସ୍ବତନ୍ତ୍ର ଉପତ୍ାଦଗୁଡିକୁ ଏଠାରେ ଷ୍ଟକ୍‌ ଏବଂ ସମୟ ସମୟରେ ରିହାତି ସହିତ ଡିଲ୍‌ ପ୍ରଦାନ କରିବ ବୋଲି ପ୍ରତିଷ୍ଠାତାଙ୍କ ପକ୍ଷରୁ କୁହାଯାଇଛି।

Share